ମେଷ: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ଜ୍ଞାନ ବଳରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ଧର୍ମସ୍ଥାନକୁ ଯାତ୍ରା କରିବେ।
ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ ହେବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି କାମରେ ସଫଳ ହେବା ଯୋଗୁଁ ପ୍ରଶଂସା ପାଇବେ।
କର୍କଟ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। ବେକାରଙ୍କୁ ରୋଜଗାରର ସୁଯୋଗ ଅଛି।
ସିଂହ: ଆପଣଙ୍କ ଚିନ୍ତା ସକାରାତ୍ମକ ରହିବ। ଗୁରୁତ୍ବପୂର୍ଣ୍ଣ କାମରେ ଲାଗି ରହିଥିବା ବାଧାର ସମାଧାନ ହେବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ।
କନ୍ୟା: ଆପଣଙ୍କ ରଚନାତ୍ମକ ପ୍ରତିଭା ସମ୍ମୁଖକୁ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
ତୁଳା: ବକେୟା ଅର୍ଥ ପାଇବେ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ।
ବିଛା: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ଆଶା ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ଧନୁ: ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। କେହି ପରିଚିତ ବ୍ୟକ୍ତି ଅଚାନକ ଘରକୁ ଆସିବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।
ମକର: ଅଚାନକ ବନ୍ଧୁ ସହ ଭେଟ ହେବ। ସୁସମ୍ବାଦ ପାଇବେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ପ୍ରିୟତମଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
କୁମ୍ଭ: ବାକିଥିବା କାମ ପୂରା ହେବାର ସମ୍ଭାବନା ରହିଛି। ଧନଲାଭର ଅବସର ପାଇବେ। ନବ ବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ବିଶେଷ ମାର୍ଗଦର୍ଶନ ମିଳିବ।
ମୀନ: ଜୀବନସାଥୀଙ୍କ ସହ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯିବେ। ରୋଜଗାରର ନୂଆ ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ବଜାୟ ରଖନ୍ତୁ।