ନୂଆଦିଲ୍ଲୀ: ବିଗବସ-୧୪ ଫେମ ତଥା ଅଭିନେତ୍ରୀ ଅର୍ଶି ଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଶି ଖାନଙ୍କ ଦୁର୍ଘଟଣା ଦିଲ୍ଲୀର ମାଲବୀୟ ନଗରରେ ହୋଇଛି। ଦୁର୍ଘଟଣା ସମୟରେ ସେ ନିଜର ଆସିଷ୍ଟାଣ୍ଟ ରେଖାଙ୍କ ସହିତ ଥିଲେ। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଶି ଖାନ ଦୁର୍ଘଟଣାଗ୍ରସ୍ତ ହେବାକ୍ଷଣି ତାଙ୍କ ଗାଡ଼ିର ଏୟାରବେଗ ଖୋଲି ଯାଇଥିଲା। ଫଳରେ ଅଭିନେତ୍ରୀ ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଅର୍ଶିଙ୍କ ମୁଣ୍ଡରେ ସମାନ୍ୟ ଯନ୍ତ୍ରଣା ରହିଛି ବୋଲି ସୂଚନା ମିଳିଛି।
ଅର୍ଶି ଖାନ ବିଗବସ-୧୧ର ପ୍ରତିଦ୍ଵନ୍ଦୀ ରହିସାରିଛନ୍ତି। ଏଥିସହିତ ସେ ସିନେମା ଓ ଟେଲିଭିଜନ ଧାରାବାହିକରେ ବି ନଜର ଆସିଛନ୍ତି। ଏତଦବ୍ୟତୀତ କିଛି ମ୍ୟୁଜିକ ଭିିଡିଓରେ ଅର୍ଶିଙ୍କ ଅଭିନୟ ଦେଖିବାକୁ ମିଳିଛି। ବିଗବସ-୧୪ ସେ ଚ୍ୟାଲେଞ୍ଜର ରୋଲରେ ନଜର ଆସିଥିଲେ।