ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ମାସିକ ସାହିତ୍ୟ ଆସର
ଖୋର୍ଦ୍ଧା: ଭାରତ ସ୍ୱାଧୀନତାର ୭୫ତମ ସ୍ୱାଧୀନତା ଦିବସ ଅବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହା ଦେଶର ଅନେକ ଅନାଲୋଚିତ ସହୀଦ, ଘଟଣାବଳି, ସଂସ୍କୃତି ଆଦିକୁ ମନେ ପକାଇବାର ଏକ ପ୍ରକୃଷ୍ଟ ସୁଯୋଗ ସୃଷ୍ଟି କରିଛି। ଏହାଦ୍ୱାରା ଦେଶର ଅତୀତକୁ ପରବର୍ତ୍ତୀ ପିଢ଼ିକୁ ସଚେତନ କରାଇବାରେ ବେଶ୍ ସହାୟକ ହେବ ବୋଲି ଆଜି ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ରରେ ବକ୍ତାମାନ ମତ ବ୍ୟକ୍ତ କରିଛନ୍ତି। ଆଜିର ଆାଲୋଚନାଚକ୍ରରେ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସମାଜସେବୀ ରାମଶଙ୍କର, ଡଃ. ପ୍ରମୋଦ ଚନ୍ଦ୍ର ଦାଶ, ବରିଷ୍ଠ ଆଇନଜୀବୀ ଶିବ ସୁନ୍ଦର ପଟ୍ଟନାୟକ, ଶିକ୍ଷାବିତ୍ ଭୀମସେନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦେଶର ଅତୀତ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ସ୍ୱାଧୀନତା ପାଇଁ ଯେତିକି ଗର୍ବ କରିବା କଥା ସେହି ଅନୁସାରେ ରାଷ୍ଟ୍ରପ୍ରେମ, ଦୁର୍ନୀତିମୁକ୍ତ ପ୍ରଶାସନ, ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆଦି ମଧ୍ୟ ଜରୁରୀ ବୋଲି ମତ ଦେଇଥିଲେ। ଏହି ଅବସରରେ ଖୋର୍ଦ୍ଧା ସାହିତ୍ୟ ଘରର ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। କବିମାନେ ଦେଶର ସ୍ୱାଧୀନତା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ଦେଶପ୍ରେମକୁ ନେଇ ସ୍ୱରିଚତ କବିତା ପାଠ କରିଥିଲେ। ଏଥିରେ ଜ୍ୟୋତିପ୍ରଭା ପଟ୍ଟନାୟକ, କୈଳାସ ଚନ୍ଦ୍ର ପୃଷ୍ଟି, ବିକ୍ରମ କେଶରୀ ଚମ୍ପତ୍ତି, ଡଃ. ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡଃ. ନୀଳାଦ୍ରିନାଥ ଜଗଦେ୍ଦବ, ରେଣୁକା ରଥ, ଶାନ୍ତିଲତା ଦେବୀ, ରାଜ କିଶୋର ବଳିଆରସିଂହ, ବିଳାସିନୀ ଦାଶ, ରାଜ କିଶୋର କେଈ, ଜ୍ଞାନ ରଂଜନ ଦାଶ, ସୈଭାଗ୍ୟ କୁମାର କର, ଲିଙ୍ଗରାଜ ମନ୍ଥନ, ବାସୁଦେବ ସାହୁ, ଜ୍ୟୋତିରଂଜନ ସାହୁ, ରଶ୍ମିତା ନାୟକ, ଆରତୀ ସେନ, ରଜନୀ ରଣସିଂହ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡଃ. ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଖୋର୍ଦ୍ଧା ସାହିତ୍ୟ ଘରର ସଭାପତି ଐତିହାସିକ ସତ୍ୟବାଦୀ ବଳିଆରସିଂହ କହିଥିବା ବେଳେ କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।