ଚେନ୍ନାଇ : ତାମିଲନାଡ଼ୁର ଏକ ଜୈନ ମନ୍ଦିରରୁ ସୁନା ଅଳଙ୍କାର ଚୋରି କରବା ଅଭିଯୋଗରେ ଉକ୍ତ ମନ୍ଦିରର ପୂଜକ ଗିରଫ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାଟି ଘଟିଛି ଚେନ୍ନାଇର କିଲପକ୍ ଅଂଚଳରେ । ଗିରଫ ହୋଇଥିବା ପୂଜକର ନାଁ ବିଜୟ ରାଓ୍ବଲ । ସେ ଗୁଜୁରାଟର ମୂଳ ବାସିନ୍ଦା । ସେ ଉକ୍ତ ଜୈନ ମନ୍ଦିରରେ ଜଣେ ପୂଜକ ଭାବେ କାମ କରୁଥିଲା । ସେ ଚୋରି କରିଥିବା ସାମଗ୍ରୀ ମଧ୍ୟରେ ରହିଛି ସ୍ବର୍ଣ୍ଣ ଅଳଙ୍କାର, ଏକ ସୁନା କପ ଓ ଧୂପ ଦାନୀ ।
କିଛିଦିନ ତଳେ ମନ୍ଦିରରୁ ଏସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିବା ପରେ ମନ୍ଦିରର ଟ୍ରଷ୍ଟି ମୀନା ଚାକ୍ରିୟାଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା । ଏସବୁ ଅଳଙ୍କାର ନିଜେ ମୀନା ଚାକ୍ରିୟା କିଣିଥିଲେ ଓ ଏକ ବ୍ୟାଗରେ ରଖିଥିଲେ । ସିସିଟିଭି କ୍ୟାମେରା ଭିଡିଓ ଓ ମନ୍ଦିରର ପୂଜକ ବିଜୟକୁ ପଚରା ଉଚୁରା କରିବା ବେଳେ ତା ଉପରେ ପୁଲିସର ସଂଦେହ ହୋଇଥିଲା । ତାକୁ ଅଧିକ ଜେରା କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଥିଲା ।
ତେବେ ତାକୁ ଏହି ଚୋରିରେ ସହାୟତା କରିଥିବା ବିଜୟନ ନାମକ ବ୍ୟକ୍ତି ଏବେ ଫେରାର ହୋଇଯାଇଛି । ତାକୁ ଧରିବାକୁ ପୁଲିସର ଉଦ୍ୟମ ଜାରି ରହିଛି। ଘଟଣାଟି ଗତ ୧୩ ତାରିଖରେ ଘଟିଥିଲା ।