ଆଜିଠୁ ଉଡ଼ିବ ଆକାଶ ଏୟାର‌ର ବିମାନ, ମୁମ୍ବାଇ-ଅହମଦାବାଦକୁ ପ୍ରଥମ ଉଡ଼ାଣ

ନୂଆଦିଲ୍ଲୀ : ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନର ଉଡ଼ାଣ ରବିବାର ଆରମ୍ଭ ହେବ। ପ୍ରଥମ ବିମାନଟି ମୁମ୍ବାଇରୁ ଅହମଦାବାଦକୁ ଯାତ୍ରା କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉକ୍ତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ। ରବିବାର ସକାଳ ୧୦ଟା ୫ ମିନିଟରେ ଉକ୍ତ ବିମାନ ମୁମ୍ବାଇ ବିମାନ ବନ୍ଦର ଛାଡ଼ିବ ଏବଂ ଅହମଦାବାଦରେ ସକାଳ ୧୧ଟା ୨୫ ମିନିଟରେ ପହଞ୍ଚିବ। ଚଳିତ ମାସ ୧୩ ତାରିଖରେ ଆକାଶ ଏୟାରର ବେଙ୍ଗାଲୁରୁ-କୋଚି ବିମାନ, ୧୯ ତାରିଖରେ ବେଙ୍ଗାଲୁରୁ-ମୁମ୍ବାଇ ଏବଂ ସେପ୍ଟେମ୍ବର ୧୫ ତାରିଖରେ ଚେନ୍ନାଇ-ମୁମ୍ବାଇ ବିମାନ ଉଡ଼ାଣ ଆରମ୍ଭ କରିବ।

ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା ଏବଂ ବିମାନ ଚଳାଚଳ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତି ଆଦିତ୍ୟ ଘୋଷ ଓ ବିନୟ ଦୁବେଙ୍କ ଦ୍ବାରା ସ୍ଥାପିତ ଉକ୍ତ କମ୍ପାନି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଠାରୁ ଏୟାର ଅପରେଟର ପ୍ରମାଣପତ୍ର ଗତମାସ ୭ ତାରିଖରେ ହାସଲ କରିଥିଲା।

ସମ୍ବନ୍ଧିତ ଖବର