ୱାସିଂଟନ: ରୁଷିଆର ଘନଘନ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୟୁକ୍ରେନ୍ର ବିଦ୍ୟୁତ୍ ଗ୍ରିଡ୍ଗୁଡ଼ିକ ଅଚଳ ହୋଇଥିବା ବେଳେ ୟୁକ୍ରେନ୍ବାସୀ ବହୁ ସମୟରେ ଅନ୍ଧାରରେ ରହୁଥିବା ଖବର ସାମ୍ନାକୁ ଆସିଛି । ଏବେ ସୋସିଆଲ ମିଡିଆରେ ୟୁକ୍ରେନର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ୟୁକ୍ରେନ ରାଜଧାନୀ କିବର ଏକ ମେଡିକାଲରେ ରୁଷର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସହରର ବିଜୁଳି ସରବରାହ କଟିବା ପରେ ମଧ୍ୟ ୟୁକ୍ରେନର ଡାକ୍ତରମାନେ ହେଡଲ୍ୟାମ୍ପର ଲାଇଟରେ ଏକ ଶିଶୁର ହୃଦଘାତ ଜନିତ ଅସ୍ତ୍ରୋପଚାର କରି ତାର ଜୀବନ ବଞ୍ଚାଇବା ଦେଖିବାକୁ ମିଳୁଛି । ଏହି ଭିଡିଓ ଦେଖିବା ପରେ ଯୁଦ୍ଧ ହେଉଥିବା ସହରରେ ରହୁଥିବା ଲୋକଙ୍କ ଅବସ୍ଥା ଆକଳନ କରାଯାଇ ପାରିବ । କେବଳ ଯୁଦ୍ଧ କରୁଥିବା ସୈନିକ ଲଢୁନାହାନ୍ତି; ଦେଶର ପ୍ରତ୍ୟେକ ବ୍ୟକ୍ତି ଯୁଦ୍ଧରେ ଲଢୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡିଆ ବ୍ୟବହାରକାରୀ ଇରିନା ଭାଇଚୁକ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, “ଆଜି ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ କିବରେ ଥିବା ହାର୍ଟ ଇନଷ୍ଟିଚ୍ୟୁଟରୁ ବିଜୁଳି କଟିଯାଇଥିଲା । ସେହି ସମୟରେ ଡାକ୍ତରମାନେ ଏକ ଶିଶୁର ଜରୁରୀକାଳୀନ ହାର୍ଟ ସର୍ଜରି କରୁଥିଲେ ।”
Today, during the missile attack by the russians on Ukraine, electricity was cut off at the Heart Institute in Kyiv. At this time, surgeons were performing emergency heart surgery on the child. pic.twitter.com/GqhxpXpYVC
— Iryna Voichuk (@IrynaVoichuk) November 23, 2022
ପ୍ରାୟ ୨ ମିନିଟର ଏହି ଭିଡିଓକୁ ଟ୍ୱିଟରରେ ୧୫,୦୦୦ରୁ ଅଧିକ ଥର ଦେଖାଯାଇଛି । ଏହି ଭିଡିଓରେ ଦେଖାଯାଉଛି ଯେ, ଡାକ୍ତରମାନଙ୍କର ଏକ ଟିମ୍ ସୀମିତ ଆଲୋକରେ ଅପରେସନ୍ ଜାରି ରଖିଛନ୍ତି । ଏକ କ୍ଷୁଦ୍ର ହେଡଲ୍ୟାମ୍ପର ଆଲୋକ ବ୍ୟତୀତ କୋଠରୀଟି ଥିଲା ପୂରା ଅନ୍ଧାର ।
ସୂଚନାନୁଯାୟୀ, ଭିଡିଓରେ ଥିବା ଜଣେ ଡାକ୍ତର କହିଛନ୍ତି, ଆଜି ସେମାନେ ହୃତପିଣ୍ଡ ସର୍ଜରୀ କରିଛନ୍ତି । ଅସ୍ତ୍ରୋପଚାର ଜରିଆରେ ଏକ କାର୍ଡିଓପଲମୋନାରି ବାଇପାସ୍ କରାଯାଇଛି । ହଠାତ୍ କ’ଣ ହେଲା କେଜାଣି, ଅପରେଟିଂ ରୁମ୍ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ଡାକ୍ତର ବ୍ୟଙ୍ଗାତ୍ମକ ଭାବରେ ରୁଷିଆକୁ କହିଛନ୍ତି ଯେ, “ମଜା କରନ୍ତୁ” । ଆଉ ଜଣେ ଡାକ୍ତର କହିଛନ୍ତି ଯେ, ଆଜି ଅପରେଟିଂ ରୁମରେ ଏକ ଶିଶୁର ଅସ୍ତ୍ରୋପଚାର ମଝିରେ ସଂପୂର୍ଣ୍ଣ ବିଦ୍ୟୁତ୍ କଟିଗଲା । ଭଲ କାମ । ବହୁତ ମାନବୀୟ ଆଚରଣ। “