ଲୋଭ ଦେଖାଇ ସ୍କୁଲରୁ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଡାକିନେଲା ଯୁବକ, ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା

କୋରାପୁଟ: ସ୍କୁଲକୁ ପାଠପଢ଼ି ଯାଇଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୋଭ ଦେଖାଇ ଡାକିନେବା ଓ ଦୁଷ୍କର୍ମ ଅଭିଯୋଗରେ ଆଜି ଜଣେ ଯୁବକଙ୍କୁ କୋରାପୁଟ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲା କୋରାପୁଟ ବ୍ଲକ ମାଛରା ଗାଁର ପଦ୍ମନ ପାଙ୍ଗୀ (୨୨)।
ଟାଉନ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏକ ସରକାରୀ ସ୍କୁଲରେ ପାଠ ପଢନ୍ତି ନାବାଳିକା ଜଣକ। ଗତକାଲି ସ୍କୁଲରୁ ଏହି ନାବାଳିକା ଜଣକଙ୍କୁ ଫୁସୁଲେଇ ନେଇଯାଇଥିଲେ ପଦ୍ମନ। ଏହାପରେ କୋରାପୁଟ ଉପକଣ୍ଠର ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ପରେ ସ୍କୁଲ ନିକଟରେ ଛାଡିବା ପରେ ପରିବାର ସଦସ୍ୟ ଏହାକୁ ଦେଇଥିଲେ। ପରିବାରବର୍ଗ ପଚାରିବା ପରେ ନାବାଳିକା ଜଣକ ସବୁ ସତ ମାନିଥିଲା। ଏନେଇ ବାପା ଟାଉନ ଥାନାରେ ଅଭିଯୋଗ ଦେଇଥିଲେ। ପୁଲିସ ମାଛରାରୁ ଗିରଫ କରିଥିବା ଜଣାପଡିଛି। ତେବେ ନାବାଳିକା ଜଣକ ଏସଏଲଏନ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା‌ବେଳେ ଆସନ୍ତାକାଲି ୧୬୪ରେ ବୟାନ ରେକର୍ଡ କରାଯିବ  ବୋଲି ପୁଲିସ କହିଛି। ଟାଉନ ପୁଲିସ ୩୦୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧିତ ଖବର