ଜୟପୁର: ଜୟପୁର ସେବା କାଗଜ କଳ ର ଅବସରପ୍ରାପ୍ତ ଓ ମୃତ ଶ୍ରମିକଙ୍କ ପରିବାରର ସଦସ୍ୟଙ୍କ ପକ୍ଷରୁ ୨୦୨୩ ଜାନୁଆରି ୩ ତାରିଖରୁ ପି ଏଫ୍, ପେନସନ , ଗ୍ରାଚ୍ୟୁଇଟି ଓ ବକେୟା ପାଉଣା ପ୍ରଦାନ ପାଇଁ ପ୍ରତିଦିନ ଏକ ଘଣ୍ଟା ଦଣ୍ଡାୟମାନ ଧାରଣା ଦେଇଆସୁଛନ୍ତି । ଶୁକ୍ରବାର ଏକ ମାସ ପୂର୍ଣ୍ଣ ହେବା ପରେ ମୃତ ଶ୍ରମିକ ମୃତ ରଘୁନାଥ ପୃଷ୍ଟି ଓ ଘାସି ରାମ ମାଣ୍ଡିଙ୍କ ପତ୍ନୀ ମାନେ ପ୍ରଥମ କରି କାନ୍ଦି କାନ୍ଦି ଧାରଣା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୨୦ ଫେବ୍ରୁଆରି ରେ ଏହି କାଗଜ କଳ କୁ ହାଇଦ୍ରାବାଦ ସ୍ଥିତ ମଦର୍ ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନିକୁ ବିଟିଏ ଜରିଆରେ ହସ୍ତାନ୍ତର ହୋଇଛି। ଆଜି ପର୍ଯ୍ୟନ୍ତ କମ୍ପାନି ଶ୍ରମିକମାନଙ୍କର ପିଏଫ୍ ଟଙ୍କା ଜମା କରୁନାହିଁ କି ସେମାନଙ୍କର କଷ୍ଟାର୍ଜିତ ଜମା ଟଙ୍କା ସେମାନେ ପାଇପାରୁ ନାହାନ୍ତି। ଅନେକ ସମୟ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କଲେଣି। କମ୍ପାନି ୨୦୨୨ ମେ’ ମାସରୁ ଉତ୍ପାଦନ ଆରମ୍ଭ କରିଥିଲେ ମଧ୍ୟ କଞ୍ଚାମାଲ କ୍ୟାମିକାଲ କୋଇଲା ଅଭାବରୁ ଅଧିକାଂଶ ଦିନ ବନ୍ଦ ରହୁଛି । କିନ୍ତୁ ଦୁଇଟି ଯାକ ମେସିନ୍ ପୂର୍ଣ୍ଣ କ୍ଷମତା ରେ ଚାଲିବା ପାଇଁ ପ୍ରସ୍ତୁତ। କିଛି ମାସ ତଳେ ଅବସରପ୍ରାପ୍ତ ଶ୍ରମିକ ମାନେ ଦାବି କରିଥିଲେ ଯେ ପ୍ରତି ମାସରେ ଅନ୍ତତଃ ୨୦,୦୦୦/ ଟଙ୍କା ବକେୟା ପାଉଣାରୁ ଦେବା ପାଇଁ ଏବଂ ମ୍ୟାନେଜମେଣ୍ଟ ମଧ୍ୟ ବିଚାର କରି ଗୋଟିଏ ମାସ କେବଳ ୯,000/ ଟଙ୍କା ଦେଇଥିଲା। ତାପରେ ଆଉ ଶୁଣୁ ନାହାନ୍ତି । ଆଗକୁ ଶୀଘ୍ର ଯଦି ସମସ୍ୟା ସମାଧାନ ନହୁଏ ତେବେ ମୃତ ଶ୍ରମିକମାନଙ୍କ ପତ୍ନୀ, ପରିବାର ସଦସ୍ୟ ଓ ଅବସରପ୍ରାପ୍ତ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଶ୍ରମିକନେତା ପ୍ରମୋଦ କୁମାର ମହାନ୍ତି ଚେତାବନୀ ଦେଇଛନ୍ତି।