ହଷ୍ଟେଲ୍‌, ପିଜି ଭଡ଼ା ଉପରେ ୧୨% ଜିଏସ୍‌ଟି

ନୂଆଦିଲ୍ଲୀ: ହଷ୍ଟେଲ ଓ ପେଇଙ୍ଗ ଗେଷ୍ଟ (ପିଜି) ମାଲିକଙ୍କ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯିବ ବୋଲି କର୍ଣ୍ଣାଟକର ଅଥରିଟି ଅଫ୍‌ ଆଡ୍‌ଭାନ୍ସ ରୁଲିଂ (ଏଏଆର୍‌) କହିଛନ୍ତି। ଯେଉଁମାନେ ହଷ୍ଟେଲ୍‌ ଓ ପିଜି ଚଳାଉଛନ୍ତି ସେମାନଙ୍କୁ ଆଗାମୀ ଦିନରେ ଜିଏସ୍‌ଟି ଗଣିବାକୁ ପଡ଼ିବ। କାରଣ ସେମାନଙ୍କ ଏହି ବ୍ୟବସ୍ଥାକୁ ଆସାବିକ ବର୍ଗର ବୋଲି ବିଚାର କରାଯାଇପାରିବ ନାହିଁ।

ଯେହେତୁ ଅଜଣା ବ୍ୟକ୍ତିମାନେ ଗୋଟିଏ କୋଠରିରେ ରହିଥାନ୍ତି ଏବଂ ବ୍ୟକ୍ତିଗତ ରୋଷେଇ ଘର ସୁବିଧା ନଥାଏ,‌ ତେଣୁ ତାହା ଆବାସିକ ବର୍ଗର ଘର ବୋଲି କୁହାଯିବ ନାହିଁ। ଉତ୍ତରପ୍ରଦେଶର ଏଏଆର୍‌ ମଧ୍ୟ ସେଭଳି ରାୟ ଦେଇଥିଲେ। କର୍ଣ୍ଣାଟକ ଏଏଆର୍‌ କହିଛନ୍ତି ଯେ ହଷ୍ଟେଲରେ ଏବଂ ପେଇଙ୍ଗ ଗେଷ୍ଟ ରହଣୀକୁ ଆବାସିକ ରହଣୀ ଭାବେ ବିଚାର କରାଯାଇପାରିବ ନାହିଁ। ତେଣୁ ସେମାନେ ଦେଉଥିବା ଭଡ଼ା ଜିଏସ୍‌ଟି ଛାଡ଼ ସୁବିଧା ପାଇପାରିବ ନାହିଁ।

ସମ୍ବନ୍ଧିତ ଖବର