ମୁମ୍ବାଇ: ଏଇ ମାସରେ  ଆପଣଙ୍କର କିଛି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ଅଛି କି ? ଯଦି ରହିଯାଇଛି ତା’ହେଲେ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। କାରଣ ଡିସେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) । ଏଥିରେ ବାଧ୍ୟତାମୂଳକ ଛୁଟି ଦିନଗୁଡିକ ସହ ବିଭିନ୍ନ ରାଜ୍ୟର ଛୁଟି ମିଶାଇ ଚୂଡ଼ାନ୍ତ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ ।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ଛୁଟି ତାଲିକାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଛୁଟିଦିନ, ଧାର୍ମିକ ଛୁଟିଦିନ ଏବଂ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ପର୍ବ ଅନ୍ତର୍ଭୁକ୍ତ ରହିଛି। ଏହି ଆଧାରରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହାଦ୍ୱାରା ମିଜୋରାମର ରାଜଧାନୀ ଆଇଜଲର ଲୋକମାନେ ଚଳିତ ମାସରେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ସେଠାରେ ବ୍ୟାଙ୍କ ସେବା କ୍ରମାଗତ ୨୪ ରୁ ୨୭ ଡିସେମ୍ବର ପର୍ୟ୍ୟନ୍ତ ଜାରି ରହିବ ।

ଛୁଟି ଦିନର ତାଲିକା:

  • ଡିସେମ୍ବର ୦୩ -ଫେଷ୍ଟ ଅଫ୍ ସେଣ୍ଟ ଫ୍ରାନ୍ସିସ୍ ଜାଭିୟର ପାନାଜୀ (ଗୋଆ)
    ଡିସେମ୍ବର ୦୫- ରବିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୧୧- ଦ୍ୱିତୀୟ ଶନିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୧୨-ରବିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୧୮- ୟୁ ସୋସୋ ଥାମ୍ ଶିଲଙ୍ଗଙ୍କ ମୃତ୍ୟୁ ବାର୍ଷିକୀ(ସିଲଂ, ମେଘାଳୟ)
    ଡିସେମ୍ବର ୧୯-ରବିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୨୪ -ଖ୍ରୀଷ୍ଟମାସ ( ମିଜୋରାମ୍ ଓ ମେଘାଳୟ)
    ଡିସେମ୍ବର ୨୫- ଖ୍ରୀଷ୍ଟମାସ-୪ର୍ଥ ଶନିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୨୬- ରବିବାର (ସମସ୍ତ ରାଜ୍ୟ)
    ଡିସେମ୍ବର ୨୭- ଖ୍ରୀଷ୍ଟମାସ ଉତ୍ସବ ( ମିଜୋରାମ୍)
    ଡିସେମ୍ବର ୩୦- ତୁମେ କିଆଙ୍ଗ ନଙ୍ଗବାହ (ମେଘାଳୟ)
    ଡିସେମ୍ବର ୩୧- ନୂତନ ବର୍ଷର ଆଗମନ (ମିଜୋରାମ)