ହ୍ବାଟ୍‌ସଆପ୍‌ରେ କରୋନାକୁ ନେଇ ଫେକ୍‌ ମେସେଜ୍‌ ବୁଲିବା ୭୦ ପ୍ରତିଶତ କମ୍‌ ହୋଇଛି

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ହ୍ବାଟ୍‌ସଆପ୍‌ରେ ଭାଇରାଲ ହେଉଥିବା ମିଥ୍ୟା(ଫେକ୍‌) ମେସେଜ୍‌ ପ୍ରାୟ ୭୦ ପ୍ରତିଶତ କମିଯାଇଛି। ୱାର୍ଲଡ ହେଲ୍‌ଥ ଅର୍ଗାନାଇାଜନସନ୍‌ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଆପଣ ଜାଣିଥିବେ ନିଶ୍ଚୟ,  କିଛି ଦିନ ତଳେ କରୋନା ଭାଇରସ୍‌କୁ ନେଇ ହ୍ବାଟ୍‌ସଆପ୍‌ରେ ବହୁ ଫେକ୍‌ ମେସେଜ ଘୂରିବାକୁ ଲାଗିଥିଲା। ଏହାର ସମାଧାନର ବାଟ କାଢ଼ି କମ୍ପାନି ଏକକାଳୀନ ଗୋଟାଏ ମେସେଜ୍‌କୁ ତିନି କିମ୍ବା ତଦୃର୍ଧ୍ବ ବ୍ୟକ୍ତିଙ୍କ ନିକଟକୁ ପଠାଇବାର ସୁବିଧାକୁ ବନ୍ଦ କରି ‌ଦେଇଥିଲା। କମ୍ପାନି ଏପରି ନିଷ୍ପତ୍ତି ଫଳପ୍ରଦ ହୋଇଛି। ମାତ୍ର ୨ ସପ୍ତାହ ମଧ୍ୟରେ ହ୍ବାଟ୍‌ସଆପ୍‌ରୁ ୭୦ ପ୍ରତିଶତ ଫେକ୍‌ ମେସେଜ୍‌ କମ୍‌ ହୋଇଛି।

ମାତ୍ର କରୋନାକୁ ନେଇ ଏପରି ଫେକ୍‌ ମେସେଜ୍‌ ଭାଇରାଲ ହେବା ପରେ ଗବେଷକମାନେ ମତ ରଖିଛନ୍ତି ଯେ କମ୍ପାନି ଏବାବଦରେ ଆହୁରି ସଚେତନ ହେବା ଆବଶ୍ୟକ। ଏବେ ମଧ୍ୟ ହ୍ବାଟ୍‌ସଆପ୍‌ରେ ଫେକ୍‌ ମେସେଜ୍‌ ଘୂରିବା ପୂରାପୂରି ଭାବେ ବନ୍ଦ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌କୁ ନେଇ ପୂର୍ବରୁ ହ୍ବାଟ୍‌ସଆପ୍‌ରେ ବହୁ ଫେକ୍‌ ମେସେଜ୍‌ ଭାଇରାଲ୍‌ ହେବା ହେତୁ ଲୋକଙ୍କ ଭିତରେ ଏକ ଭୟାକୂଳ ପରିସ୍ଥିତି ସୃଷ୍ଟି କରୁଥିଲା। ଏହି କାରଣରୁ କମ୍ପାନି ତୁରନ୍ତ ଏହାର ସମାଧାନର ବାଟ କାଢ଼ିଥିଲା।

ସମ୍ବନ୍ଧିତ ଖବର