‘ଇଜିବାୟ’ର ପ୍ରଥମ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ଦୁବାଇର ଲ୍ୟାଣ୍ଡ୍‌ମାର୍କ ଗ୍ରୁପ୍ ପକ୍ଷରୁ ଅଶୋକନଗରରେ ‘ଇଜିବାୟ’ର ପ୍ରଥମ ‌େ‌ଷ୍ଟାର୍‌ ଖୋଲାଯାଇଛି। ସାରା ପୂର୍ବ ଭାରତରେ ଏହା ଇଜିବାୟର ପ୍ରଥମ ଷ୍ଟୋର୍‌ ହୋଇଥିବା‌ ବେଳେ ଦେଶର ୬୦ତମ ଷ୍ଟୋର୍‌। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା ଓ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ନୂତନ ଷ୍ଟୋର୍‌କୁ ଉଦ୍‌ଘାଟନ କରିଛନ୍ତି। ପାଞ୍ଚ ହଜାର ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଏହ‌ି ଷ୍ଟୋର୍‌ରେ ଗ୍ରାହକମାନେ ୬୯ ଟଙ୍କାରୁ ଆରମ୍ଭ କରି ୬୯୯ ଟଙ୍କାରେ ଅନେକ ସାମଗ୍ରୀ କିଣିପାରିବେ। ଷ୍ଟୋର୍‌ରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ପୋଷାକପତ୍ର, ଆକ୍‌ସେସୋରିଜ୍ ଓ ‌େଜାତା, ଚପଲ ଆଦି ବିକ୍ରି କରାଯାଉଛି।
ପଣ୍ଡା ଟ୍ରାଭେଲ୍‌ ମାର୍ଟର ନିର୍ଦେଶକ ଶିବ ପ୍ରସାଦ ପଣ୍ଡ‌ା ହେଉଛନ୍ତି ଏହି ଷ୍ଟୋର୍‌ର ଫ୍ରାଞ୍ଚାଇଜି ପାର୍ଟନର୍‌। ଏହି ଅବସ‌ରରେ ଇଜିବାୟର ବାଣିଜ୍ୟ ମୁଖ୍ୟ ଆନନ୍ଦ ଆୟର କହିଛନ୍ତି, ‌ସ୍ବଳ୍ପ ମୂଲ୍ୟରେ ଗ୍ରାହକଙ୍କୁ ଷ୍ଟାଇଲିସ୍‌ ଫେସନ୍ ଉତ୍ପାଦ ଉପଲବ୍ଧ କରାଇବା ହେଉଛି ଆମର ଲକ୍ଷ୍ୟ। ଖୁବ୍‌ଶୀଘ୍ର ଭୁବନେଶ୍ବରର ପଟିଆ ଓ ପାତ୍ରପଡ଼ାରେ ଆଉ ଦୁଇଟି ଷ୍ଟୋର୍‌ ଖୋଲିବୁ। ଏହା ବ୍ୟତୀତ ସମ୍ବଲପୁର ଓ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଷ୍ଟୋର୍‌ ସ୍ଥାପନ କରିବୁ।
ଉଦ୍‌ଘାଟନୀ ଅଫର ଭାବେ ଗ୍ରାହକମାନେ ଏହି ଷ୍ଟୋର୍‌ରେ କିଣାକିଣି ବେଳେ ସ୍ବତନ୍ତ୍ର ଅଫର ପାଇବେ। ୧୯୯୯ ଟଙ୍କାର କିଣାକିଣି ଉପରେ ୬୯୯ ଟଙ୍କାର ମେଲାଇନ୍‌ ସର୍ଭିଙ୍ଗ୍‌ ସେଟ୍‌ ପାଇବେ ଓ ୨୯୯୯ ଟଙ୍କାର କିଣାକିିଣି କଲେ ୯୯୯ ଟଙ୍କାର ଡଫଲ୍‌ ବ୍ୟାଗ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଗ୍ରାହକମାନେ ଲୟା‌ଲ୍‌ଟି ପଏଣ୍ଟ୍‌ ମଧ୍ୟ ପାଇପାରିବେ। କଂପାନି ୨୦୨୦ ସୁଦ୍ଧା ଏହାର କାରବାରକୁ ୫୦୦ କୋଟିରେ ଓ ଷ୍ଟୋର୍‌ ସଂଖ୍ୟା ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର