ଜିମେଲ୍ ଅଚଳ ! ସାରା ବିଶ୍ବର ୟୁଜର ପ୍ରଭାବିତ

ନୂଆଦିଲ୍ଲୀ : ଗୁଗୁଲର ଲୋକପ୍ରିୟ ଇ-ମେଲ ସର୍ଭିସ୍ ଜିମେଲ୍ ଶନିବାରଦିନ କିଛି ଘଣ୍ଟା ପାଇଁ ଡାଉନ ହୋଇଯାଇଥିବା ଜଣାପଡ଼ିଛି । ବିଭିନ୍ନ ଓ୍ବେବସାଇଟ୍ ଓ ଆପର କାର୍ଯ୍ୟକାରୀତା ସଂପର୍କରେ ତଥ୍ୟ  ରଖୁଥିବା ସାଇଟ୍ ଡାଉନଡିଟେକ୍ଟର ଡଟକମର ସୂଚନା ଅନୁସାରେ ସଂଧ୍ୟା ୭ଟା ପରଠାରୁ କେତେକ ୟୁଜରଙ୍କ ଜିମେଲ ଠିକଭାବେ କାମ କରୁନାହିଁ । ସଂଧ୍ୟା ୭ଟା ୩୯ ମିନିଟ ବେଳକୁ ଏହି ଇମେଲ ସର୍ଭିସରେ ଅଚଳାବସ୍ଥା ସର୍ବାଧିକ ଥିଲା ବୋଲି ଜଣାପଡ଼ିଛି । ଉଭୟ ଆପ ଓ ଡେସ୍କଟପ୍ ଭର୍ସନରେ ସମସ୍ୟା ଦେଖାଦେଉଥିବା ୟୁଜରମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଗୁଗୁଲ ଓ୍ବାରକସ୍ପେଶର ଡ୍ୟାସବୋର୍ଡରେ ସବୁ ଗୁଗୁଲ ସର୍ଭିସ ଗ୍ରିନ ଥିବା ଦେଖାଯାଉଛି । ଏହାର ଅର୍ଥ ହେଉଛି ସବୁ ସର୍ଭିସ ସ୍ବାଭାବିକ ଅଛି ।

ଗୁଗୁଲ ସର୍ଭିସରେ ଦେଖାଦେଇଥିବା ଏହି ସମସ୍ୟା ସଂପର୍କରେ ୟୁଜରମାନେ ଟ୍ବିଟର ଓ ଅନ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଜିମେଲ ସାରା ବିଶ୍ବରେ ଡାଉନ ହୋଇଯାଇଛି । କୌଣସି ଇ-ମେଲ ଆସୁନାହିଁ କି ଯାଉନାହିଁ ।

ଗତ ଅକ୍ଟୋବର ମାସରେ ଲୋକପ୍ରିୟ ମେସେଜିଂ ସର୍ଭିସ ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମରେ ସମସ୍ୟା ଦେଖାଯାଇଥିଲା ।  ଏହା ଫଳରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବିଶେଷକରି ହ୍ବାଟ୍ସଆପ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟଧରି ଅଚଳ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର