ଏହି ସବୁ ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ୍‌ ଓ ଡିଜେଲ୍‌

ନୂଆଦିଲ୍ଳୀ: ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦର ମୁଣ୍ଡ ବିନ୍ଧ‌ାର କାରଣ ପାଲଟିଛି। ଜାନୁଆରି ୮ (ଆଜି) ସାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ପରିବର୍ତ୍ତନ କରାଯାଇଛି।

ତୈଳ କମ୍ପାନିଗୁଡ଼ିକ ସୋମବାର ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦର ଜାରି କରିଛନ୍ତି। ଯଦିଓ ଜାତୀୟ ସ୍ତରରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ। ହେଲେ କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମ ହୋଇଛି। ସେହିପରି ଅନ୍ୟ କିଛି ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ତେଲ ଭରିବାକୁ ଯିବା ପୁବରୁ କେଉଁ ଦରରେ ଡିଜେଲ୍ ଓ ପେଟ୍ରୋଲ ମିଳୁ ଅଛି ତାହା ଜାଣିବା ନିହାତି ଜରୁରୀ।

ଦେଶର ସମସ୍ତ ମହାନଗର ଯେପରିକି ଦିଲ୍ଲୀ , ମୁମ୍ଭାଇ , କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାତ୍ର ଚେନ୍ନାଇରେ ଆଜି ପେଟ୍ରୋଲ୍ ଦରରେ ୧୦ପଇସା ଓ ଡିଜେଲର ଦରରେ ୯ପଇସା ବୃଦ୍ଧି ପାଇଛି।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ଟଙ୍କା ଓ ଡିଜେଲ୍ ଲିଟର ପିଛା ୮୯.୬୨ଟଙ୍କା ରହିଛି ।
ମୁମ୍ଭାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ଟଙ୍କା ଓ ଡିଜେଲ୍ ଲିଟର ପିଛା ୯୪.୨୭ଟଙ୍କା ରହିଛି ।
କଲିକତାରେ ପେଟ୍ରୋଲ୍ ଲିଟର ପିଛା ୧୦୬,୦୩ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା ରହିଛି ।
ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୭୩ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୩୩ଟଙ୍କା ରହିଛି ।

ତେବେ ମହାରାଷ୍ଟ୍ରରେ ପେଟ୍ରୋଲ୍ ଓ ଡିଜେଲ ଶସ୍ତା ହୋଇଛି । ପେଟ୍ରୋଲ ଦରରେ ଆଜି ୧୮ପଇସା ହ୍ରାସ ପରେ ପେଟ୍ରୋଲ ଲିଟର ପିଛା ୧୦୬.୪୪ ଟଙ୍କାରେ ପହଁଚିଛି । ଡିଜେଲ ଦର ଲିଟର ପିଛା ୧୯ ପଇସା ହ୍ରାସ ପାଇ ୯୨.୯୪ଟଙ୍କାରେ ପହଁଚିଛି । ବିହାରରେ ଲିଟର ପିଛା ପେଟ୍ରୋଲର ଦର ୧୪ ପଇସା ହ୍ରାସ ପାଇ ୧୦୯.୨୩ଟଙ୍କା ଓ ଡିଜେଲର ଦରରେ ୧୩ପ ଇସା ହ୍ରାସ ପାଇ ୯୫.୮୮ ଟଙ୍କାରେ ପହଁଚିଛି ।
ଏହାବ୍ୟତୀତ ଛତିଶଗଡ, ଜମ୍ମୁ-କଶ୍ମୀର , କଣ୍ଣାଟକ ,ପଞ୍ଜାବ, ରାଜସ୍ଥାନ , ତାମିଲନାଡୁ , ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ମଧ୍ୟ ପେଟ୍ରୋଲ ଓ ଜିଜେଲ ଦର ହ୍ରାସ ପାଇଛି । ତେବେ ଓଡ଼ିଶା , କେରଳ , ମଧ୍ୟପ୍ରଦେଶ , ମଣିପୁର , ଗୁଜୁରାଟ , ହରିଆଣା , ଗୋଆ , ଓ ୟୁପିରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର