ଏଣିକି ହ୍ଵାଟସ୍‌ ଆପ୍‌ରେ ଚାଟିଂ ସହିତ ଉଠାନ୍ତୁ ବ୍ୟାଙ୍କିଂ ସୁବିଧାର ଲାଭ

ନୂଆଦିଲ୍ଲୀ: ଏଣିକି ହ୍ଵାଟସଆପରେ ଆପଣ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଫଟୋ, ଭିଡିଓ, ଭଏସ ନୋଟସ୍‌ ଏବଂ ଅନ୍ୟ ଚ୍ୟାଟ୍‌ ସହିତ ବ୍ୟାଙ୍କିଙ୍ଗ ସୁବିଧାର ବି ପାଇ ପାରିବେ। ହ୍ଵାଟସଆପ ଜରିଆରେ ଆପଣ ଆକାଉଣ୍ଟ ବାଲାନ୍‌ସ ଚେକ୍‌, ଚେକ୍‌ ବୁକ୍‌ ରିକୁଏଷ୍ଟ କରିବା ସହିତ ମିନି ଷ୍ଟେଟମେଣ୍ଟ ବି ପାଇ ପାରିବେ। ଏଥିସହିତ ଆପଣ ଡେବିଟ୍‌ କାର୍ଡ ଭଳି ସେବାର ଲାଭ ଉଠାଇ ପାରିବେ। ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବା ପାଇଁ ବ୍ୟାଙ୍କ କୌଣସି ଶୁଳ୍କ ନେଇ ନଥାଏ। କିନ୍ତୁ ଗୋଟିଏ କଥା ଧ୍ୟାନ ରଖନ୍ତୁ । ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବା ସମୟରେ ଆପଣ କେବେ ବି ନିଜର ବ୍ୟାଙ୍କ ସହ ଜଡ଼ିତ ଗୋପନୀୟ ସୂଚନା ସେୟାର କରନ୍ତୁ ନାହିଁ।

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ,ସାରସ୍ୱତ ବ୍ୟାଙ୍କ,ଏଚଡିଏଫସି ବ୍ୟାଙ୍କ,ଏୟୁ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ ସହ କେତେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଆପ୍‌ ଜରିଆରେ ହ୍ଵାଟସଆପ୍‌ ବ୍ୟାଙ୍କିଙ୍ଗ ସେବା ଯୋଗାଉଛି।

୧. ହ୍ଵାଟସଆପ୍‌ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ବ୍ୟାଙ୍କର ୱେବସାଇଟରେ ଯାଇ ବ୍ୟାଙ୍କ ତରଫରୁ ଦିଆଯାଇଥିବା ନମ୍ବରରେ ମିସ୍‌ କଲ୍‌ ଦେବାକୁ ପଡ଼ିବ।ହ୍ଵାଟସଆପ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଏହା ଅନିବାର୍ଯ୍ୟ ଅଟେ ।

୨. ହ୍ଵାଟସଆପ ବ୍ୟାଙ୍କିଙ୍ଗ ସେବାର ଲାଭ ନେବା ପାଇଁ ଆପଣଙ୍କୁ ବ୍ୟାଙ୍କରେ ଦିଆଯାଇଥିବା ରେଜିଷ୍ଟାରଡ ମୋବାଇଲ ନମ୍ବରରେ ମିସ୍‌ କଲ୍‌ ଦେବାକୁ ପଡ଼ିବ।

୩. ବ୍ୟାଙ୍କର ହ୍ଵାଟସଆପ ନମ୍ବରରୁ ଏକ ୱେଲକମ୍‌ ମ୍ୟାସେଜ ଆପଣଙ୍କ ପାଖକକୁ ଆସିବ। ଏହାପରେ ଆପଣ ବ୍ୟାଙ୍କିଙ୍ଗ ସଦସ୍ୟଙ୍କଠୁ ନିଜ କାର୍ଡ଼, ଫିକ୍ସଡ ଡିପୋଜିଟ୍‌, ମିନି ଷ୍ଟେଟମେଣ୍ଟ ପାଇଁ କଥାବାର୍ତ୍ତା ହୋଇପାରିବେ।

୪. ତେବେ ଆପଣ ନିଜ କ୍ରେଡିଟ କାର୍ଡର ଶେଷ ୪ଟି ଅଙ୍କ ଦେଇ,‘କ୍ରେଡିଟ କାର୍ଡ଼ ବକୈୟା’ କିମ୍ବା ‘କ୍ରେଡିଟ୍‌ କାର୍ଡ଼ ରିୱାର୍ଡ ପଏଣ୍ଟସ’ ଲେଖି ପଠାଇଲେ ବକୈୟା ବାଲାନ୍ସ ଜାଣି ପାରିବେ।

ସମ୍ବନ୍ଧିତ ଖବର