ସାତ୍‌ ଫେରା ହେବା ପୂର୍ବରୁ କନ୍ୟା ନାବାଳିକା ବୋଲି ସାମ୍ନାକୁ ଆସିଲା, କାରଣ ପଚରାଯିବା ପରେ ମାତା-ପିତା ଦେଲେ ଏଭଳି ବୟାନ

ପାନୀପତ: ପାନୀପତର ବିକାଶ ନଗରରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମାତା-ପିତା ନିଜ ନାବାଳିକା ଝିଅର ବିବାହ ଜଣେ ୩୧ବର୍ଷୀୟ ଯୁବକଙ୍କ ସହ କରିବାକୁ ବସିଥିଲେ । ଖବର ପାଇ ସାତ୍‌ ଫେରା ପୂର୍ବରୁ ବିବାହକୁ ରୋକିଥିଲେ ବିକାଶ ନଗରର ମହିଳା ସୁରକ୍ଷା ଏବଂ ବାଲ ବିବାହ ସୁରକ୍ଷା ଅଧିକାରୀ । ନାବାଳିକା ଝିଅକୁ କାହିଁକି ବିବାହ କରୁଛୁ ବୋଲି ପଚରାଯିବା ପରେ ମାତା-ପିତା ପ୍ରଥମେ ଝିଅକୁ ୧୮ବର୍ଷ ବୋଲି କହିଥିଲେ । କିନ୍ତୁ ପରେ କୌଣସି ପ୍ରମାଣ ଦେଇ ପାରି ନଥିଲେ । ଅନ୍ୟ ପକ୍ଷରେ କନ୍ୟା ନାବାଳିକା ଜାଣି ମଧ୍ୟ ବର ବିବାହ ନ କରି ଘରକୁ ଫେରିବ ନାହିଁ ବୋଲି ଜିଦ୍‌ ଧରି ବସିଥିଲା । ବିବାହ ନ କଲେ ମୋର ଶବ ଘରକୁ ଯିବ ବୋଲି ଧମକ ଦେଇଥିଲା ବର ।

ସୂଚନା ମୁତାବକ, ପ୍ରମାଣ ପତ୍ର ନ ଦେଇ ଝିଅର ବୟସ ୧୮ବୋଲି ବାରମ୍ବାର କହିବାରେ ଲାଗିଥିଲେ ପୀଡ଼ିତାଙ୍କ ମା’ । ତାଙ୍କୁ ପ୍ରମାଣ ମଗାଯିବା ପରେ ସେ ପ୍ରମାଣ ଦେବାରେ ବିଫଳ ହୋଇଥିଲେ । ଥାନାରେ ପୀଡ଼ିତାଙ୍କ ମା’ ଝିଅର ବୟସ ୧୨ବର୍ଷ ବୋଲି କହିଥିବା ବେଳେ ଅଦାଲତରେ ନିଜର ବୟାନ ପୁଣି ବଦଳାଇ ୧୮ବୋଲି କହିଥିଲେ । ଏଭଳି ବାରମ୍ବାର ନିଜର ବୟାନ ବଦଳାଉଥିବା ଦେଖି ଅଦାଲତ ପୀଡ଼ିତାଙ୍କ ପରିବାରକୁ ଜାନୁଆରୀ ୩୧ ତାରିଖ ଭିତରେ ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ କହିଛନ୍ତି ।

fakingnews.com

ଅନ୍ୟ ପକ୍ଷରେ, ପୀଡ଼ିତାଙ୍କ ବାପା ଭିନ୍ନ ମତ ରଖିଛନ୍ତି । ମୋର ୨ପୁଅ ଏବଂ ୨ଝିଅ । ସମସ୍ତଙ୍କ ମଧ୍ୟରୁ ବିବାହ ଠିକ୍‌ ହୋଇଥିବା ଝିଅଟି ମୋର ସବୁଠାରୁ ବଡ଼ ଝିଅ । ଆମେ ସ୍ୱାମୀ-ସ୍ତ୍ରୀ କାମ କରିବା ପାଇଁ ବାହାରକୁ ଚାଲି ଯାଉଛୁ । ଏହି ସମୟରେ ଝିଅ ସହ ଦୁଷ୍କର୍ମ ହେବାର ଡ଼ର ମନରେ ରହୁଥିବାରୁ ଆମେ ତା’ର ଶୀଘ୍ର ବିବାହ କରିବା କଥା ଚିନ୍ତା କରିଥିଲୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର