ପଡ଼ୋଶୀ ଯୁବକଙ୍କ କମେଣ୍ଟ ସହ୍ୟ କରି ନ ପାରି ଶେଷରେ ଆତ୍ମହତ୍ୟା କଲେ ନାବାଳିକା

ଗୁରୁଗ୍ରାମ : ଦିଲ୍ଳୀର ଗୁରୁଗ୍ରାମର ଟିକରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ପଡ଼ୋଶୀ ଯୁବକଙ୍କ କମେଣ୍ଟ ସହ୍ୟ ନକରି ପାରି ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମିଳିଥିବା ସୁଇସାଇଡ୍‌ ନୋଟକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ବର୍ତ୍ତମାନ ତଦନ୍ତ କରୁଛି।
ପୁଲିସ ସୂଚନା ଅନୁଯାୟୀ , ଗୁରୁଗ୍ରାମର ବାଦସାହାପୁର ନିକଟସ୍ଥ ଟିକରି ଗ୍ରାମରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ନାବାଳିକା ଘର ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବୁଧବାର ଦିନ ବହୁ ସମୟ ପରେ ମଧ୍ୟ ସ୍କୁଲ ଯିବା ପାଇଁ ନ ବାହାରିବାରୁ ନାବାଳିକାଙ୍କ ମା’ ତାଙ୍କ କୋଠରୀରେ ଯାଇ ଦେଖିଥିଲେ । ସେଠାରେ ସେ ତାଙ୍କ ଝିଅକୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଏହାପରେ ତୁରନ୍ତ ନାବାଳିକାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସରେ ମାମଲା ରୁଜୁ କରାଯିବା ସହ ମୃତକୁ ବ୍ୟବଛେଦ ପାଇଁ ପଠାଯାଇଛି।

.jagran.com

ପୁଲିସକୁ ଘଟଣାସ୍ଥଳରୁ ନାବାଳିକାଙ୍କର ଏକ ଚିଠି ମିଳିଥିଲା । ଯାହାପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା । ଏହି ଚିଠିରେ ନାବାଳିକା ତାଙ୍କୁ ସ୍କୁଲ ଯିବାଆସିବା ବାଟରେ କିଛି ପଡ଼ୋଶୀ ଯୁବକ କମେଣ୍ଟ ମାରୁଥିବାର ଲେଖିଥିଲେ । ଯେଉଁଥିପାଇଁ ସେ ମାନସିକ ଚାପରେ ରହୁଥିଲେ । ଶେଷକୁ କିଛି ଉପାୟ ନପାଇ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଏହି ଚିଠିକୁ ଆଧାର କରି ଘଟଣାଟିର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକକୁ ଖୋଜୁଛି ପୁଲିସ । ଏହା ସହ ନାବାଳିକାଙ୍କ ସ୍କୁଲ ଯିବାଆସିବା ବାଟରେ ଘଟଣା ସମ୍ବନ୍ଧରେ ଲୋକଙ୍କୁ ପଚରାଉଚରା କରିବା ସହ ରାସ୍ତାରେ ଥିବା ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର