ତୁମେ ମୋତେ କାହିଁକି ଭଲ ପାଉନ? ଏଭଳି ପ୍ରଶ୍ନ କରି ଯୁବତୀର ଗଳା କାଟିଲା ପାଗଳ ପ୍ରେମିକ

ନାଶିକ୍: ଯୁବତୀ ପସନ୍ଦ ନକରିବାରୁ ହତ୍ୟା କଲା ପାଗଳ ପ୍ରେମିକ। ତୁମେ ମୋତେ କାହିଁକି ଭଲ ପାଉନ? ବୋଲି ପଚାରିବା ସହ ଯୁବତୀଙ୍କ ଗଳା କାଟିଲା ପାଗଳ ପ୍ରେମିକ। ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରେମକୁ ନେଇ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରେ ଅଭିଯୁକ୍ତର ଭଉଣୀ ଘରୁ ତାକୁ ଗିରଫ କରିଥିଲା ପୁଲିସ।

ପୁଲିସର ସୂଚନା ମୁତାବକ, ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କୁ ଅତି ନିର୍ମମ ଭାବେ କରିଛି ୨୦ ବର୍ଷର ଯୁବକ । କିଛି ଦିନ ହେବ ଅଭିଯୁକ୍ତ, ସୁଖପ୍ରୀତ୍ କୌରଙ୍କ ପିଛା କରୁଥିଲା। ବାରମ୍ବାର ପ୍ରେମ ନିବେଦନ ପରେ ବି ସୁଖପ୍ରୀତ ଅଭିଯୁକ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କରୁନଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ଶନିବାର ଦିନ ଅପରାହ୍ନରେ ଦେବଗିରି କଲେଜ ନିକଟରେ ସୁଖପ୍ରୀତଙ୍କୁ ଅଟକାଇଥିଲା। ତୁମେ ମୋତେ କାହିଁକି ଭଲ ପାଉନ? ବୋଲି ପଚାରିବା ସହ ସୁଖପ୍ରୀତ କିଛି କହିବା ପୂର୍ବରୁ ଅଭିଯୁକ୍ତ ତାଙ୍କ ଗଳା କାଟି ଦେଇଥିଲା। ହତ୍ୟା ପରେ ଅଭିଯୁକ୍ତ ନାଶିକର ନିଫାଡରେ ଥିବା ତାର ଭଉଣୀ ଘରକୁ ଚାଲିଯାଇଥିଲା। ପରେ ଘଟଣା ବିଷୟରେ ଖବର ପାଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ।

 

ସମ୍ବନ୍ଧିତ ଖବର