୩୦ ଫୁଟ ଉଚ୍ଚ ଡ୍ୟାମକୁ ଚଢିବାର ଦୁଃସାହସ ଯୁବକଙ୍କୁ ପଡିଲା ମହଙ୍ଗା, ଭାଇରାଲ ଭିଡିଓରେ ଦେଖନ୍ତୁ ପୂରା ଘଟଣା

ବେଙ୍ଗାଲୁର: କଥାରେ ଅଛି ବିନାଶ କାଳେ ବିପରୀତ ବୁଦ୍ଧି । ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବା ଏବଂ ପ୍ରଶଂସା ସାଉଁଟିବା ନିଶାରେ ଏବେର ଯୁବପିଢି ନିଜ ଜୀବନକୁ ବିପଦରେ ପକାଉଛନ୍ତି । ନୂଆ ନୂଆ ରେକର୍ଡ କରିବାକୁ ଯାଇ ଯୁବପିଢି ଅଜବ ପ୍ରକାରର ପ୍ରୟାସ କରୁଥିବା ଦେଖାଦେଉଛି । କିଏ ଦୁର୍ଗମ ଓ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ସେଲ୍ଫି ନେଇ ପ୍ରାଣ ହରାଉଛନ୍ତି ତ ଆଉ କିଏ ବିନା ପ୍ରଶିକ୍ଷଣରେ ହିଂସ୍ର ପ୍ରାଣୀଙ୍କ ନିକଟକୁ ଯାଇ ଅକାଳରେ ପ୍ରାଣ ହରାଉଛନ୍ତି । ସେମିତି ଏକ ଘଟଣା କର୍ଣ୍ଣାଟକର ଚିକବଲ୍ଲାପୁର ଜିଲ୍ଲାରେ ଥିବା ଶ୍ରୀନିବାସ ସାଗର ଡ୍ୟାମ ନିକଟରେ ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମ ଏନଡିଟିଭି ମୁତାବକ, ରବିବାର ଦିନ ଜଣେ ୨୦ବର୍ଷର ଯୁବକ ଶ୍ରୀନିବାସ ସାଗର ଡ୍ୟାମ ବୁଲିବାକୁ ଯାାଇଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ସାଗର ଡ୍ୟାମ ଉପରକୁ ଚଢିବାକୁ ଲାଗିଥିଲେ। ପାଖା ପାଖି ୨୫ ଫୁଟ ଉପରକୁ ଗଲା ପରେ ହଠାତ୍ ସେ ଭାରସ୍ୟାମ ହରାଇ ତଳେ ପଡିଯାଇଥିଲେ । ଏତେ ଉଚ୍ଚରୁ ପଡିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସବୁଠାରୁ ବଡକଥା ହେଉଛି ଡ୍ୟାମ ନିକଟରେ ୫୦ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ଥଲେ ବି ଉକ୍ତ ଯୁବକଙ୍କୁ ଏପରି କରିବାକୁ କେହି ମନା କରିନଥିଲେ । ଘଟଣା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଯୁବକଜଣକ ଡ୍ୟାମ ଉପରକୁ ଉଠୁୁଥିବାର ଏବଂ ପରେ ତଳକୁ ଖସିଯାଉଥିବାର ଦେଖାଯାଉଛି। । ପ୍ରଶାସନର ଚେତାବନୀ ପରେ ମଧ୍ୟ ଯୁବକଜଣକ ଏପରି କରିଥିବାରୁୁ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର