ବର୍ଷେ ପୂର୍ବରୁ ପ୍ରେମିକକୁ ଗୁଳି ମାରିଥିଲା ପ୍ରେମିକା,ବର୍ଷେ ପରେ ୟୁ-ଟ୍ୟୁବ୍‌ ଭିଡ଼ିଓରୁ ସାମ୍ନାକୁ ଆସିଲା ପ୍ରକୃତ ସତ

ନୂଆଦିଲ୍ଲୀ : ବର୍ଷେ ପୂର୍ବରୁ ନିଜ ପ୍ରେମିକକୁ ଗୁଳି ମାରିଥିବାରୁ ଜେଲରେ ସଜା କାଟୁଥିଲେ ପ୍ରେମିକା । ୟୁ-ଟ୍ୟୁବ୍‌ ପାଇଁ ଏକ ଷ୍ଟଣ୍ଟ ଭିଡ଼ିଓ ତିଆରି କରୁଥିବା ବେଳେ ଘଟିଥିଲା ଏହି ଘଟଣା । ଷ୍ଟଣ୍ଟ କରୁ କରୁ ଚାଲି ଯାଇଥିଲା ପ୍ରେମିକର ଜୀବନ । ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲା ପ୍ରେମିକ । ଏ ଘଟଣା ପରେ ପ୍ରେମିକାକୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ଦଣ୍ଡ ଦିଆଯାଇଥିବା ବେଳେ ବର୍ଷେ ପରେ ୟୁ-ଟ୍ୟୁବ୍‌ ଭିଡ଼ିଓ ପୀଡ଼ିତାଙ୍କ ଓକିଲଙ୍କ ହାତକୁ ଆସିବାରୁ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ଜୁନ୍‌ ୨୨,୨୦୧୭ରେ ଆମେରିକାରେ ଘଟିଥିଲା ।

hindi.oneindia.com/

ଭିଡ଼ିଓରୁ ମିଳିଥିବା ତଥ୍ୟ ଅନୁଯାୟୀ,ଏକ ଷ୍ଟଣ୍ଟ ଦୃଶ୍ୟ କରିବାକୁ ଯାଇ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ତାଙ୍କ ଉପରକୁ ଗୁଳି ଚଳାଇବାକୁ କହିଥିଲେ । ପ୍ରେମିକା ମନା କରିବାରୁ ପ୍ରେମିକ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଥିଲେ । ଗୁଳି ବାଜିଲେ ମଣିଷ ମରିବ ନାହିଁ ବୋଲି ଷ୍ଟଣ୍ଟ ଥିବାରୁ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବାରମ୍ବାର ତାଙ୍କ ଉପରକୁ ଗୁଳି ଚଳାଇବାକୁ କହିଥିଲେ । ଶେଷରେ ପୀଡ଼ିତା ନିଜ ପ୍ରେମିକଙ୍କ କଥା ମାନି ଗୁଳି ଚଳାଇଥିଲେ । କିନ୍ତୁ ଗୁଳି ବାଜିବା ପରେ ତାଙ୍କ ପ୍ରେମିକ ଆଉ ଉଠି ନ ଥିଲେ । ଏ ଘଟଣା ପରେ ପୀଡ଼ିତାଙ୍କୁ ଗିରଫ କରାଯାଇ ଜେଲ ଦଣ୍ଡ ଶୁଣା ଯାଇଥିଲା । କିନ୍ତୁ ଭିଡ଼ିଓ ଦେଖିବା ପରେ ତାଙ୍କୁ ଜାମିନ ମିଳିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର