ଏହି ଗାଁରେ ଝିଅମାନେ ୧୨ବର୍ଷ ବୟସ ପରେ ପୁଅ ପାଲଟି ଯାଆନ୍ତି 

ବିଶ୍ୱରେ ଏମିତି ଏକ ଗାଁ ରହିଛି ଯେଉଁଠି ଝିଅମାନେ ୧୨ବର୍ଷ ବୟସ ପରେ ଆପେ ଆପେ ପୁଅ ପାଲଟି ଯାଇଥାନ୍ତି । ଏହି କଥାଟି ଆପଣଙ୍କୁ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଡ଼ୋମିନିକାନ୍‌ ରିପବ୍ଲିକ୍‌ରେ ଏକ ଏମିତି ଗାଁ ରହିଛି ଯେଉଁଠି ଏଭଳି ସମସ୍ୟା ରହିଛି । ଏହି ଗାଁରେ ଝିଅମାନଙ୍କୁ ୧୨ବର୍ଷ ହେବା ମାତ୍ରେ ସେମାନଙ୍କ ଶରୀରର ଅଙ୍ଗରେ ପରିବର୍ତ୍ତନ ଆସିବ ସହ ସେମାନେ ପୁଅ ପାଲଟି ଯାଇଥାନ୍ତି ।  ଏହି ଗାଁର ଜନସଂଖ୍ୟା ୬ ହଜାର ହୋଇଥିବା ବେଳେ ଗାଁର ଏଭଳି ପରିସ୍ଥିତି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ବୈଜ୍ଞାନିକ ଏହାର କାରଣ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଗବେଷଣା କରି ମଧ୍ୟ ଏହାର ପ୍ରକୃତ କାରଣ ଖୋଜି ପାଇ ନାହାନ୍ତି ।

dailymail.co.uk

ସ୍ଥାନୀୟ ଲୋକେ କୌଣସି ଅଦୃଶ୍ୟ ଶକ୍ତି ପାଇଁ ଏପରି ହେଉଛି ବୋଲି କହୁଥିବା ବେଳେ ବୈଜ୍ଞାନିକମାନେ ଏହାକୁ ଜେନେଟିକ୍‌ ଡ଼ିଜ୍‌ଅର୍ଡ଼ର ବୋଲି କହିଛନ୍ତି । ଏହି ସମସ୍ୟା ପାଇଁ ଗାଁରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହି ସମସ୍ୟା ବିଷୟରେ ଜଣେ ପୀଡ଼ିତା ମିଟ୍‌ ଜନ୍ନିଙ୍କ କହିବା ଅନୁଯାୟୀ, ମୁଁ ଛୋଟ ବେଳେ ଝିଅ ହୋଇ ଜନ୍ମ ହୋଇଥିବା ବେଳେ ୧୨ବର୍ଷ ପରେ ମୋ ଶରୀରରେ ପରିବର୍ତ୍ତନ ଆସିଥିଲା । ମୋ ଶରୀରର ଅଙ୍ଗ ପୁଅମାନଙ୍କ ଭଳି ହେବା ସହ ମୋ ସ୍ୱର ମଧ୍ୟ ବଦଳି ଯାଇଥିଲା । ଧୀରେ ଧୀରେ ମୁଁ ପୁଅମାନଙ୍କ ଭଳି ବ୍ୟବହାର କରିବାକୁ ଲାଗିଥିଲି । ଖାଲି ମୁଁ ନୁହେଁ ଆମ ଗାଁର ଅନେକ ପିଲାମାନଙ୍କ ସହ ଏପରି ଘଟିଛି ।

ସମ୍ବନ୍ଧିତ ଖବର