ରାଉରକେଲା: ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ନାବାଳକକୁ ନିସ୍ତୁକ ଛେଚିଲେ ଲୋକେ, ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ରାଉରକେଲାରେ ପୁଣି ଦୁଷ୍କର୍ମ ଘଟଣା ଗୁରୁବାର ଲୋକଲୋଚନକୁ ଆସିଛି। ବନ୍ଧମୁଣ୍ଡା ସେକ୍ଟର-ବି ଅଂଚଳରେ ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ୧୬ ବର୍ଷିଅ ନାବାଳକ ଦୁଷ୍କର୍ମ କରି ଫେରାର ହେବା ସମୟରେ ପଡ଼ୋଶୀ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ବସ୍ତିରେ ରହୁଥିବା ନାବାଳକ ଲହୁଲୁହାଣ ହେବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ଶିଶୁକନ୍ୟାର ଡାକ୍ତରୀମାଇନା କରାଯାଇଥିବା ବେଳେ ପୁଲିସ ଘଟଣା ତଦନ୍ତ କରୁଛି।

ପୁଲିସ ଅନୁସାରେ ବୁଧବାର ଅପରାହ୍ନରେ ଶିଶୁ କନ୍ୟାର ପିତା କାମ କରିବାକୁ ବାହାରକୁ ଯାଇଥିବା ବେଳେ ମା’ ଘର ପଛପଟରେ ବସିଥିଲେ। ଏହି ସମୟରେ ଶିଶୁ କନ୍ୟା ଘର ଭିତରେ ଏକାକି ବସି ଟିଭି ଦେଖୁଥିଲା। ନାବାଳିକା ଏକାକୀ ଅଛି ଭାବି ନାବାଳକ ଘର ଭିତରକୁ ପ୍ରବେଶ କରି ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ଶିଶୁ କନ୍ୟା ବଡ଼ ପାର୍ଟିରେ ଚିତ୍କାର କରିବା ପରେ ଘର ପଛରେ ବସିଥିବା ମା’ ଦୌଡ଼ିଆସିଥିଲେ। ଏହି ସମୟରେ ନାବାଳକ ଫେରାର ହେବାକୁ ଉଦ୍ୟମ କରିଥିଲା। ମାତ୍ର ସେ ପଡ଼ୋଶୀ ଲୋକଙ୍କ ହାତରେ ଧରାପଡ଼ି ଯାଇଥିଲା।

ସାଧାରଣ ଲୋକଙ୍କ ହାତରେ ଧରାପଡ଼ିଯିବା ପରେ ନାବାଳକ ନିସ୍ତୁକ ମାଡ଼ ଖାଇଥିଲା। ପରେ ଶିଶୁ କନ୍ୟାର ପିତା-ମାତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ବନ୍ଧମୁଣ୍ଡା ଅଂଚଳରେ ଗତ ୩ ମାସ ମଧ୍ୟରେ ୬ଟି ଏଭଳି ଘଟଣା ଘଟିଛି।

ସମ୍ବନ୍ଧିତ ଖବର