ଆଇଆଇଟି ଖଡ଼ଗପୁରର ହଷ୍ଟେଲ୍‌ ରୁମ୍‌ ଭିତରୁ ମିଳିଲା ଛାତ୍ରଙ୍କ ମୃତ ଦେହ

ଖଡ଼ଗପୁର: ଆଇଆଇଟି ଖଡ଼ଗପୁରରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା। ଜଣେ ୨୪ ବର୍ଷିଅ ଏମ୍‌ଟେକ୍‌ ଛାତ୍ରଙ୍କ ଶରୀର ହଷ୍ଟେଲ୍‌ ରୁମ୍‌ରେ ଝୁଲୁଥିବା ଅବସ୍ଥାରେ ପୁଲିସ୍‌ ଉଦ୍ଧାର କରିଛି। ଛାତ୍ର ଜଣକ ହେଉଛନ୍ତି ଜି ଆମିନି ରେଡ୍ଡି। ସେ ଆନ୍ଧ୍ରପ୍ରଦେଶର ଏକ କୃଷି ପରିବାର ପୁଅ। ସେ ଆଇଆଇଟି ଖଡ଼ଗ୍‌ପୁରରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ର।

ଜି ଆମିନି ହଷ୍ଟେଲ୍‌ରେ ଅନ୍ୟ ଜଣେ ପିଲା ସହ ରୁମ୍‌ ସେୟାର୍‌ କରି ରହୁଥିଲେ। ଆମିନିଙ୍କ ଅନ୍ୟ ରୁମ୍‌ମେଣ୍ଟ୍‌ ଜଣକ ଦୀର୍ଘ ସମୟ ଧରି ତାଙ୍କୁ ରୁମ୍‌ରେ ଦେଖିବାକୁ ନପାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେ ଯାଇ ହଷ୍ଟେଲ୍‌ ସିକ୍ୟୁରିଟିକୁ ଆମିନିଙ୍କ ସଂପର୍କରେ ସୂଚନା ଦେଇଥିଲେ।

ସିକ୍ୟୁରିଟି ଓ ଅନ୍ୟ ପିଲାମାନେ ମିଶି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ସେମାନେ ନପାଇବାରୁ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବା ପରେ ହଷ୍ଟେଲ୍‌ର ଏକ ରୁମ୍‌ ଭିତରୁ ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲା। ସେହି ରୁମ୍‌ର କବାଟ ଭାଙ୍ଗି ଦେଖିବାରୁ ରେଡ୍ଡିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର