ଯୁବକଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇବାକୁ ଚେଷ୍ଟା କରି ଗିରଫ ହେଲେ ମହିଳା

ମଥୁରା : ସଂପ୍ରତି ସାରା ଦେଶରେ ଦୁଷ୍କର୍ମକୁ ନେଇ ଅନେକ ଆଲୋଚନା ଚାଲିଥିବା ବେଳେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମର ଶିକାର ନ ହୋଇ ମଧ୍ୟ ଜଣେ ମହିଳା ଜନୈକ ଯୁବକଙ୍କ ଉପରେ ମିଥ୍ୟା ଆରୋପ ଲାଗାଇ ତାଙ୍କ ଠାରୁ ୩୫ଲକ୍ଷ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଘଟଣାର ସତ୍ୟା ସତ୍ୟ ଜଣା ପଡ଼ିବା ପରେ ପୁଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ସାଥୀକୁ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଅଲଓ୍ଵରରେ ରହୁଥିବା ଜନୈକା ମହିଳା କିଛି ଦିନ ତଳେ ଜଷର ଯୁବକଙ୍କ ସହ ଫୋନ ଯୋଗେ କଥା ହେବା ଆରମ୍ଭ କରିଥିଲେ । ୨ମାସ ଫୋନରେ କଥା ହେବା ପରେ ଦୁଇ ଜଣ ବୃନ୍ଦାବନରେ ଥିବା ଏକ ହୋଟେଲରେ ଦେଖା ହୋଇଥିଲେ । ଦେଖା କରିବାର କିଛି ଦିନ ପରେ ମହିଳାଙ୍କ ଓକିଲ ଉକ୍ତ ଯୁବକ ଜଣଙ୍କୁ ୩୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଦୁଷ୍କର୍ମ କରିଛ ବୋଲି ମିଛ ଆରୋପ ଲାଗାଇ ଜେଲ୍‌ ପଠାଇ ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।

Hindustan Times

ପ୍ରଥମେ ଏହି ଘଟଣା ବିଷୟରେ ଯୁବକଙ୍କ ପରିବାର ଲୋକେ ଜାଣିବା ପରେ ୨୫ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିବା ବେଳେ ପରେ ଏ ନେଇ ପୁଲିସ ଆଗରେ ଅଭିଯୋଗ କରିଥିଲେ । ପୂରା ଘଟଣା ବିଷୟରେ ଜାଣିବା ପରେ ପୁଲିସ ଜାଲ ବିଛାଇ ମିଛରେ ପୁଣି ଥରେ ଅଭିଯୁକ୍ତ ମହିଳା ଏବଂ ତାଙ୍କ ସାଥୀଙ୍କୁ ବୃନ୍ଦାବନକୁ ଡ଼କାଇଥିଲେ । ଯେଉଁଠି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର