କାଳବୈଶାଖୀରେ ଉପଖଣ୍ଡ ଚିକିତ୍ସାଳୟର ଉଡ଼ିଲା ଛାତର ଟିଣ-ଆଜବେଷ୍ଟ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ତାଙ୍କ ସମ୍ପର୍କୀୟ

ରାଇରଙ୍ଗପୁର: ଉତ୍ତମ ଚିକିସ୍ଥା ଯୋଗାଇବା ସହ ଚିକିତ୍ସାଳୟର ସୋନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ ମେଡିକାଲକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେଗୁଡ଼ିକର ରୁପାନ୍ତିକରଣ କରାଯାଇଛି। ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ଵସମ୍ପନ୍ନ କରାଯାଇଥିବାବେଳେ ଠିକା ସଂସ୍ଥା ଓ ଯନ୍ତ୍ରୀଙ୍କ ମିଳିଭଗତରେ କରାଯାଉଛି ନିମ୍ନମାନର କାର୍ଯ୍ୟ । ଏହି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁରର ।

ସଂଧ୍ୟା ସମୟରେ ହଠାତ୍ ପବନ ବର୍ଷା ହୋଇଥିବାବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ମୁଖ୍ୟ ପ୍ରବେଶ ଦୁଆର ପାଖର ଅକ୍ସିଜେନ ପ୍ଲାଣ୍ଟର ଉପର ଟିଣ ଆଜବେଷ୍ଟର ଛାତ ଉପୁଡି ଉଡି ପଡ଼ିବାରୁ ଅଳ୍ପକେ କିଛି ରୋଗୀ, ତାଙ୍କ ସମ୍ପର୍କୀୟ ଓ ହସ୍ପିଟାଲର କର୍ମଚାରୀମାନେ ବର୍ତ୍ତିଯାଇଛନ୍ତି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅସାଧୁ ଠିକାଦାରମାନେ ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ତେବେ ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୀଘ୍ର ତଦନ୍ତ କରିବା ପାଇଁ ରାଇରଙ୍ଗପୁର ଅଞ୍ଚଳବାସୀ ଦାବି ରଖିଛନ୍ତି। ତେବେ କିଛି ସାଇକେଲ ଓ ମୋଟରସାଇକେଲ ଉପରେ ଟିଣ ଆଜବେଷ୍ଟ ପଡ଼ିଥିବାରୁ ସେଗୁଡିକ ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର