ନିଜକୁ ବିଗ୍ ବିଙ୍କ ସହ ତୁଳନା କରି ଏ କ’ଣ କହିଦେଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିନୟରୁ ବିରତି ନେଇ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜେପି ତାଙ୍କୁ ହିମାଚଳର ମଣ୍ଡିରୁ ପ୍ରାର୍ଥୀ କରିବା ପରେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ସେ କ୍ରମାଗତ ଭାବେ ରାଲି କରୁଛନ୍ତି। ରାଲି ସମୟରେ କଙ୍ଗନା ଏଭଳି ଅନେକ କିଛି କଥା କହି ସାରିଛନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଏ‌ବେ ଏକ ରାଲିରେ ଅଭିନେତ୍ରୀ ଦେଇଥିବା ଭାଷଣ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜକୁ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହିତ ନିଜକୁ ତୁଳନା କରୁଥିବା ଦେଖାଯାଇଛି।

ଭିଡିଓରେ କଙ୍ଗନା ରାନାୱତ କହୁଛନ୍ତି, ‘ସମଗ୍ର ଦେଶ ଆଶ୍ଚର୍ଯ୍ୟ ହୋଇଛି ଯେ କଙ୍ଗନାଙ୍କୁ ଏତେ ଭଲପାଇବା କିଭଳି ମିଳୁଛି। ମୁଁ ରାଜସ୍ଥାନକୁ ଯାଏ କି ପଶ୍ଚିମବଙ୍ଗ, ଦିଲ୍ଲୀ କି ମଣିପୁର ଯାଏ, ସବୁଠି ମୋତେ ଭଲପାଇବା ଓ ସମ୍ମାନ ମିଳିଛି। ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଅମିତାଭ ବଚ୍ଚନଜୀଙ୍କ ପରେ ଯଦି କାହାକୁ ଇଣ୍ଡଷ୍ଟ୍ରିରେ ଏତେ ଭଲପାଇବା ଓ ସମ୍ମାନ ମିଳିଛି , ତେବେ ସେ ହେଉଛି ମୁଁ ।’

ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି। ଲଗାତାର ୧୫ଟି ଫ୍ଲପ ଫିଲ୍ମ ଦେଇ ନିଜକୁ କିଭଳି କଙ୍ଗନା ବିଗ୍ ବିଙ୍କ ସହ ତୁଳନା କରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର