Daily Archives

November 13, 2021

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୦୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୧

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୯ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୩୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ମୃତ୍ୟୁ ପ୍ରସଙ୍ଗ: ଉତ୍ତରାଞ୍ଚଳ ଡିଆଇଜି କହିଲେ- ପୁଲିସ ମାମଲାର ସଠିକ୍‌ ତଦନ୍ତ କରୁଛି

ସମ୍ବଲପୁର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହରେ ହତ୍ୟା ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟର ସମ୍ମିଳନୀ‌…
ଅଧିକ ଖବର ଦେଖନ୍ତୁ...

ଯୌନ ଉତ୍ତେଜକ ତେଲ ଓ ଔଷଧରେ ବାବା ରାମଦେବଙ୍କ ଫଟୋ ଲଗାଇ ବିକ୍ରି କରୁଥିବା ଦୁଇ ଠକ ଗିରଫ

ଆଗ୍ରା: ଯୋଗଗୁରୁ ବାବା ରାମଦେବଙ୍କ ଫଟୋ ବ୍ୟବହାର କରି ନକଲି ଔଷଧ ଏବଂ ଶକ୍ତିବର୍ଦ୍ଧକ ତେଲ ବିକ୍ରି କରୁଥିବା ଏକ ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ପୁଲିସ ଆଗ୍ରାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ହରିଦ୍ୱାରକୁ ଅଣାଯାଇଛି । ଅନୁସନ୍ଧାନରେ ଏହା ଜଣାପଡିଛି ଯେ ବାବା ରାମଦେବଙ୍କ ଫଟୋ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷା ପାଇଁ ଚିନ୍ତାରେ ଚାଷୀକୂଳ: ରାୟଗଡ଼ାକୁ ୟଲୋ ୱାର୍ଣ୍ଣିଂ ଜାରି ପରେ କପା ଓ ଧାନ ଫସଲ ପ୍ରଭାବିତ ଆଶଙ୍କା

ରାୟଗଡ଼ା: ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ରାୟଗଡ଼ାରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର ତାମିଲନାଡ଼ୁ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ରାୟଗଡ଼ାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି। ଗତ ୨୪…
ଅଧିକ ଖବର ଦେଖନ୍ତୁ...

ମା’ର ମୃତ୍ୟୁପରେ ଗର୍ଭରେ ଜୀବିତ ଥିଲା ଶିଶୁ, ଡାକ୍ତରଙ୍କ ଉଦ୍ୟମରେ ଦୁନିଆ ଦେଖିଲା ନବଜାତ

ବେଙ୍ଗାଲୁରୁ:  କର୍ଣ୍ଣାଟକର ଗାଡବା ଜିଲ୍ଲାରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ଏଭଳି ଏକ ଚମତ୍କାର କାମ କରିଛନ୍ତି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏଠାରେ ଜିଲ୍ଲା ହସ୍ପିଟାଲରେ ଡାକ୍ତରମାନେ ଜଣେ ମୃତ ଗର୍ଭବତୀ ମହିଳାଙ୍କ ପେଟରୁ ଜୀବନ୍ତ ଶିଶୁକୁ ପ୍ରସବ କରାଇବାରେ ସଫଳ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର ଛୁରାମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟଣା: ଫେରାର ଅଭିଯୁକ୍ତ ଗିରଫ

ବୈପାରିଗୁଡ଼ା: ମୋବାଇଲକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଠାରେ ଘଟିଥିବା ପାରିବାରିକ କଳହ ଏବଂ ହତ୍ୟାକାଣ୍ଡ ଘଟଣାରେ ଫେରାର ଅଭିଯୁକ୍ତକୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ପ୍ରଧାନୀକୁ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ: ୧.୮୫ ଲକ୍ଷ ଜବତ, ୧୮ ଗିରଫ

ରାୟଗଡ଼ା: ସହରର ପାଇକ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ରାୟଗଡ଼ା ପୁଲିସ୍। ଶୁକ୍ରବାର ରାତିରେ ହୋଇଥିବା ଚଢ଼ଉରେ ପୁଲିସ୍ ୧ ଲକ୍ଷ ୮୫ ହଜାର ୨୨୦ ଟଙ୍କା, ୧୫ଟି ମୋବାଇଲ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ନୋଟିସ୍ ଦେଇ ପୁଲିସ୍ ଛାଡ଼ି ଦେଇଛି।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ସଡ଼କରେ ଘର ଭିତରକୁ ଧସେଇ ପସିଲା ମାଲବାହୀ ଟ୍ରକ୍

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ଼ ମୁଖ୍ୟ ସଡ଼କ ଠାରେ ଥିବା ଏକ ଘର ଭିତରକୁ ମାଲବାହୀ ଟ୍ରକ୍ ଧସେଇ ପଶିଛି। ମାତ୍ର ଖୁସିର କଥା ଯେ, ଏଥିରେ କାହାରି କିଛି କ୍ଷୟକ୍ଷତି ଘଟିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଥିବା ଜଣାପଡିଛି। ଗତକାଲି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୨୦ ଭାରତୀୟ, ରବିବାର ଓ୍ବାଘା-ଅଟାରି ସୀମା ଦେଇ ଭାରତରେ ପହଞ୍ଚିବେ

ଲାହୋର : ପାକିସ୍ତାନରେ ଜେଲ ଦଣ୍ଡ ଭୋଗିସାରିଥିବା ଗୁଜୁରାଟର ୨୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେଇଛନ୍ତି । ରବିବାର ସକାଳେ ସେମାନଙ୍କୁ ଓ୍ବାଘା-ଅଟାରି ସୀମା ଦେଇ ଭାରତକୁ ପଠାଇଦିଆଯିବ । ମିଳିଥିବା ସୂଚନା ଅନୁସାରେ ମୋଟ ୩୫୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ସମସ୍ୟା ପାଇଁ ସପ୍ତାହେ ବନ୍ଦ ରହିବ ସ୍କୁଲ, ଘରୁ କାମ କରିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢୁଥିବା ଯୋଗୁଁ ପରିସ୍ଥିତି ଖରାପ ହୋଇଚାଲିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସୋମବାରରୁ ସପ୍ତାହେ ଯାଏଁ ସ୍କୁଲ ବନ୍ଦ କରିବାକୁ…
ଅଧିକ ଖବର ଦେଖନ୍ତୁ...