ଖେଳିବା ସମୟରେ କାମୁଡ଼ିଲା ବିଷାକ୍ତ ସାପ, ୬ ବର୍ଷର ଶିଶୁ ମୃତ

ନୂଆପଡ଼/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟି ଗାଁରେ ଜଣେ ବର୍ଷର ଶିଶୁ ଘର ପାଖରେ ଖେଳୁଥିବା ସମୟରେ ବିଷାକ୍ତ ସାପ କାମୁଡ଼ିଛି । ଏଥିରେ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଶିଶୁର ନାମ ଯେଗେନ୍ଦ୍ର ମହାନନ୍ଦ । ସୂଚନା ଅନୁସାରେ ବିଷାକ୍ତ ସାପ କାମୁଡ଼ିବା ପରେ ଯୋଗେନ୍ଦ୍ରକୁ ଖଡ଼ିଆଳ ମିଶନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୋଗେନ୍ଦ୍ରର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର