ଜଣେ ଶିଶୁ ସହ ୭ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସ୍‌ ବୁଧବାର ଜଣେ ଶିଶୁ ସହ ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ଭାନପୁର ପଞ୍ଚାୟତ ଚାବିରିପାଲି ଗାଁର ବୋଲି ପୁଲିସ୍‌ ସୂଚନା ଦେଇଛି। ୩ଟି ବାଇକ୍‌ରେ କିଛି ଦାଦନ ଶ୍ରମିକଙ୍କୁ ଲାଠୋରକୁ ନିଆ ଯାଉଥିବା ବେଳେ ପୁଲିସ୍‌ ମହରାପଦର ଛକ ନିକଟରେ ଚଢ଼ଉ କରି ସେମାନଙ୍କୁ ଉଦ୍ଧାର କରିଥିଲା।

ଶ୍ରମିକଙ୍କୁ ଲାଠୋର ଥାନା ଫୁଲଝର ଗ୍ରାମର ଦାଦନ ସର୍ଦ୍ଦାର ଭାସ୍କର ନାଏକ (୩୩) ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲ ସିଟି ନିକଟ ଜାମୁକୁଣ୍ଟାକୁ ଚାଲାଣ କରୁଥିବା ପୁଲିସ୍‌ ସୂଚନା ଦେଇଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ବେଳେ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର