୭୦ ହଜାର ଧରି ସଂପର୍କୀୟଙ୍କ ଘରକୁ ଯାଉଥିଲେ ବୃଦ୍ଧ! ଲୁଟିନେଲେ ଦୁର୍ବୃତ୍ତ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ସମଲେଶ୍ବରୀ ମନ୍ଦିର ରାସ୍ତାରେ ବିନୋଦ ସାହୁ ନାମକ ଜଣେ ବୃଦ୍ଧଙ୍କଠାରୁ ଶନିବାର ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସର ସୂଚନା ଅନୁସାରେ, ସଇନ୍ତଳା ଥାନା ବାବୁକେଲ ଗାଁର ବିନୋଦ ତୁଷୁରା ଏସ୍‌ବିଆଇରୁ ୭୦ହଜାର ଟଙ୍କା ଉଠାଇ ତୁଷୁରା ସମଲେଶ୍ବରୀ ମନ୍ଦିର ନିକଟସ୍ଥ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେତେବେଳେ ଏକ ନୀଳ ରଙ୍ଗର ବାଇକ୍‌ରେ ଦୁଇଜଣ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇ ଫେରାର ମାରିଥିଲେ। ବ୍ୟାଗରେ ବିନୋଦଙ୍କ ବ୍ୟାଙ୍କ ଖାତା, ଏଟିଏମ୍‌କାର୍ଡ, ପାନକାର୍ଡ ଆଦି ମଧ୍ୟ ଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଫଟୋ ସଂଗ୍ରହ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର