ଟ୍ରକ୍-ବାଇକ୍ ମୁହାଁମୁହିଁ: ଦୁଇ ଗାଡ଼ି ପୋଡ଼ି ପାଉଁଶ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତର ଜୁରାଗାଡ଼ିଆର ଗ୍ରିଡ ସମ୍ମୁଖ ୫୫ନମ୍ବର ଜାତୀୟ ରାଜପଥରେ ବାଇକ ଓ ଟ୍ରକ୍ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟି ଗାଡ଼ି ଦୁଇଟି ପୋଡ଼ି ପାଉଁଶ ହୋଇଯାଇଛି। ଟ୍ରକ୍ ଡ୍ରାଇଭରଙ୍କ ସୂଚନା ଅନୁଯାୟୀ ଟ୍ରକ୍ ନମ୍ବର ଓଡି ୧୯ ଏଲ ୮୩୪୯ କୋଇଲା ଖାଲି କରି ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ନୂଆହତା ଗ୍ରିଡ ଷ୍ଟେସନ ସମ୍ମୁଖରେ ଏକ ଦ୍ରୁତଗାମୀ ପଲସର ବାଇକ ଭାରସାମ୍ଯ ହରାଇ ଟ୍ରକରେ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ବାଇକ୍ ଚାଳକ କିଛି ଦୂର ଛିଟିକି ପଡ଼ି ଜୀବନହାନିରୁ ରକ୍ଷା ପାଇଥିଲା। ଟ୍ରକ୍ ଚକରେ ବାଇକଟି ଜାମ୍ ହୋଇ ରହିଯାଇ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବାଇକ୍ ଓ ଟ୍ରକରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ, ଟାଟା କାରଖାନାର ଦମକଳ ଓ ପ୍ରଶାସନର ଦମକଳ ବାହିନୀ ପହଞ୍ଚି ବଡ଼ ଧରଣର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର