ମୋବାଇଲ ଗେମ୍ ହେଲା କାଳ, ନିଜ ବେକକୁ ବ୍ଲେଡରେ କାଟିଦେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମର ସୌମ୍ୟରଞ୍ଜନ ନାୟକ ମୋବାଇଲ ଫୋନରେ ଗେମ୍ ଖେଳୁଥିବା ବେଳେ ସେଥିରେ ହାରିଯାଇ ନିଜ ବେକ ନିଜେ କାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଜେରେଙ୍ଗ ଗ୍ରାମର ଅଚ୍ୟୁତାନନ୍ଦ ନାଏକଙ୍କ ପୁଅ ସୌମ୍ୟରଞ୍ଜନ ନାୟକ (୨୪) ଗତକାଲି ଦିନ ମୋବାଇଲ ଫୋନରେ ଏକ ଗେମ୍ ଖେଳୁଥିଲେ। ତେବେ ସେଥିରେ ସେ ହାରିଯିବା ଫଳରେ ହିତାହିତ ଜ୍ଞାନ ଭୁଲି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ। ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର