ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ 

ବାହାନଗା/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଦମ୍ପତି ହେଲେ ପଣପଣା ଆଦିବାସୀ ସାହି ବାସିନ୍ଦା ଧରମା ମହନ୍ତ (୬୦) ଓ ମାଳତି ମହନ୍ତ (୫୨)। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ; ଆଜି ଅପରାହ୍ନରେ ଧରମା ଓ ମାଳତି ଚାଲି ଚାଲି ବିଦୁ ବଜାର ଆଡ଼କୁ ଯାଉଥିଲେ। ତେବେ ନାୟକବନ୍ଧ ନିକଟରେ ହଠାତ୍‌ ପଛପଟୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ପତିପତ୍ନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଖବର ପାଇ ଏନ୍‌ଏଚ୍‌ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମାଳତିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଧରମାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ସଦର ହସପିଟାଲ୍‌କୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର