କାଠଯୋଡ଼ିରେ ଭାସିଗଲେ ଚାରି ପିଲା; ଜଣେ ମୃତ, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ ନିକଟ କାଠଯୋଡ଼ିରେ ଗାଧୋଉଥିବା ବେଳେ ଭାସିଯାଇ ଆଜି ଅପରାହ୍‌ଣରେ ୨ ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ଏଥିରୁ ୨ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ରିପୋର୍ଟ ଲେଖାଯିବା ବେଳକୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ୪ ଜଣ ପିଲା କାଠଯୋଡ଼ିକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇ ଥିବା ବେଳେ ଏମାନେ ଜଳର ସ୍ରୋତରେ ଭାସି ଯାଇଥିଲେ। ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିଲା। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର