ଅସହାୟଙ୍କ ସାହା ପାଲଟିଛନ୍ତି ଜରିନ୍‌ ମୁସ୍ତାକ୍

୮ ଝିଅଙ୍କ ବାହାଘରରେ କଲେଣି ସହାୟତା

କଟକ: ମହାମାରୀରେ ଗରିବ ଲୋକଙ୍କୁ ଭିନ୍ନ ଢଙ୍ଗରେ ସହଯୋଗର ହାତ ବଢାଇଛନ୍ତି କଟକର ଜରିନ ମୁସ୍ତାକ୍‌ ଓରଫ ସିମରନ। ବର୍ତ୍ତମାନ ସମୟରେ ଝିଅ ବାହାଘର କରିବାକୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ହେଉ ନଥିବା ଗରିବ ଅସହାୟ ଲୋକଙ୍କୁ ବାହାଘର ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଆବଶ୍ୟକ ପଡୁଥିବା ବିଭିନ୍ନ ସାମଗ୍ରୀ ଯୋଗାଇ ଦେଉଛନ୍ତି। କରୋନାର ପ୍ରଥମ ଲହରଠାରୁ ଆରମ୍ଭ କରି ଚଳିତବର୍ଷ ଲକଡାଉନ୍‌ ମଧ୍ୟରେ ସେ ଏଭଳି ୮ଜଣ ଗରିବ ଝିଅଙ୍କ ବାହାଘରରେ ସହାୟତା ଯୋଗାଇ ଦେଲେଣି। କଟକ ତୁଳସୀପୁର ବାସିନ୍ଦା ସେକ ରିୟାସତଙ୍କ ପତ୍ନୀ ଜରିନ ମୁସ୍ତାକ୍‌। ବୟସ ମାତ୍ର ୩୪ ବର୍ଷ।

Sambad

ପେସାରେ ଏକ ଘରୋଇ ନର୍ସିଂହୋମର ଷ୍ଟାଫ ନର୍ସ। ହେଲେ କରୋନା ମହାମାରୀରେ ଗରିବ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଜରିନା ଆଗେଇ ଆସିଛନ୍ତି। ଗତ ୧୦ ବର୍ଷ ହେଲା ସେ ନିଜ ଡ୍ୟୁଟି କରିବା ସହ ସମାଜସେବା କରି ଆସୁଥିଲେ। ତେବେ କରୋନା ପାଇଁ ସରକାର ଜାରି କରିଥିବା ଲକଡାଉନ୍‌ ଓ ସଟଡାଉନ୍‌ରେ ଗତବର୍ଷଠାରୁ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଗରିବ ଝିଅମାନଙ୍କର ବାହାଘରରେ ସେ ସହାୟତା ମଧ୍ୟ କରୁଛନ୍ତି। ଏଥିପାଇଁ ସେ ନିଜ ସଞ୍ଚିତ ଅର୍ଥରୁ ଖର୍ଚ କରିଆସୁଥିବା ବେଳେ ତାଙ୍କର ଏଭଳି ନିଆରା ପ୍ରୟାସ ଦେଖି ପରିବାର ଓ ସମ୍ପର୍କୀୟଙ୍କ ବି ଏବେ ତାଙ୍କୁ ଏଥିରେ ସାହାଯ୍ୟ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର