ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁର ପଞ୍ଚାୟତ କୋଳିପଦାରେ ରବିବାର ଅପରାହ୍ନରେ ଦୁଇଜଣ ନାବାଳିକା ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁହିଁଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତ ନାବାଳିକା ହେଲେ ଶରତ ଖଣ୍ଡୁଆଳଙ୍କ ଝିଅ ରାକ୍ଷୀରାଣୀ ଓ ରସାନନ୍ଦ ଜେନାଙ୍କ ଝିଅ ମନୋସ୍ମିତା ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, କୋଳିପଦାସ୍ଥିତ ଏକ ପୋଖେରୀକୁ ଦୁଇଜଣ ନାବାଳିକା ସାଙ୍ଗ ହୋଇ ଆଜି ଅପରାହ୍ନରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଜଣକର ଗୋଡ ଖସି ଯାଇଥିଲା। ଏହି ସମୟରେ ସେଠାରେ ଥିବା ଅନ୍ୟଜଣେ ନାବାଳିକା ତାର ସାଙ୍ଗକୁ ଉଦ୍ଧାର କରିବା ସମୟରେ ଦୁଇଜଣ ଯାକ ପାଖେରୀରରେ ବୁଡ଼ି ଯାଇଥିଲେ। ସେହି ସମୟରେ ପୋଖରୀ କୂଳରେ କେହି ନଥିଲେ। ଦୂରରେ ଥିବା କିଛି ଲୋକ ଦୁଇ ନାବାଳିକାକୁ ବୁଡ଼ି ଯାଉଥିବାର ଦେଖିବାକୁ ପାଇଥିଲେ। ତେବେ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ବହୁ ଚେଷ୍ଟା କରିଥିଲେ। ପାଣି ଭିତରୁ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମଣିଜଙ୍ଗା ଡାକ୍ତରଖାନା ଆଣିଥିଲେ ହେଁ ଦୁଇ ନାବାଳିକାଙ୍କୁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ।