ଧାନତଳି ଦଳିଦେଲେ ହାତୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଗତକାଲି ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ହାତୀ ପଶି ଲୋକଙ୍କ ବାଡ଼ିବଗିଚା ଉଜାଡ଼ିବା ସହ ଜମିରେ ପଶି ଧାନତଳି ନଷ୍ଟ କରିଛନ୍ତି। ଗ୍ରାମର ଦଣ୍ଡ ବେହେରା, ଦିବାକର ବେହେରା, ଇନ୍ଦ୍ରମଣି ବେହେରା, ଲକ୍ଷ୍ମୀ ବେହେରାଙ୍କ ତଳି କିଆରିକୁ ହାତୀପଲ ମାଡ଼ିଦଳି ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ତଳିରୁଆ ଆରମ୍ଭ ହୋଇଥିବା ବେଳେ ହାତୀପଲ ତଳି କିଆରି ନଷ୍ଟ କରିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

ତେଲକୋଇ ଅଞ୍ଚଳର ଦୋବଲାପାଳ, ଦେଉଳଡିହା, କନ୍ତଲେଇ, ଦୁର୍ଲଭପୁର, ବାଲେଶ୍ଵର, ଆକୁଳ, ବନବିହାରୀପୁର, ଭୀମକାଣ୍ଡ, ଗୋଳାଗାଡ଼ିଆ ଗ୍ରାମରେ ହାତୀପଲ ଉତ୍ପାତ କରୁଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର