ଅବକାରୀ ଚଢ଼ଉ: ମଦ କାରଖାନା ଭାଙ୍ଗିଲେ, ଅଭିଯୁକ୍ତ ଫେରାର୍‌

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆର ବଡ଼ପଦର ଓ ରସୁଲରେ ଚଢ଼ଉ କରାଯାଇ ଏକ ବେଆଇନ ଦେଶୀମଦ ପ୍ରସ୍ତୁତ କରିବା କାରଖାନାକୁ ଭଙ୍ଗାଯାଇଛି। ତେବେ ଅବକାରୀ ବିଭାଗ ଆସିବା ପୂର୍ବରୁ ମଦଭାଟିର ମାଲିକ ଓ କର୍ମଚାରୀ ଫେରାର୍‌ ହୋଇଯାଇଛି।

ଖୋର୍ଦ୍ଧା ଅବକାରୀ ଇନେ୍‌ସ୍ପକ୍ଟକର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ସକାଳୁ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବଡ଼ପଦର ଓ ରସୁଲରେ ଚଢ଼ଉ କରିଥିଲେ। ବଡ଼ପଦରରେ ଥିବା ଏକ ବେଆଇନ ଦେଶୀମଦ କାରଖାନା ଓ ରସୁଲରେ ଏକ ଦେଶୀମଦ ଭାଟି ଭାଙ୍ଗିଥିଲେ। ସେଠାରେ ଥିବା ପ୍ରାୟ ୬ହଜାର ଲିଟର ପୋଚ ଓ ୨୪୦ଲିଟର ଚୋରା ଦେଶୀମଦ ନଷ୍ଟ କରିଥିଲେ।

ତେବେ ଅବକାରୀ ଓ ପୁଲିସ ଟିମ୍‌ ସେଠାରେ ପହଂଚିବା ପୂର୍ବରୁ କାରଖାନାର ମାଲିକ ଓ କର୍ମଚାରୀ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏଣୁ ଏହି ଚଢ଼ଉରେ କାହାରିକୁ ଗିରଫ କରାଯାଇନଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଚଢ଼ଉରେ ମାଜିଷ୍ଟ୍ରେଟ୍‌ ଭାବେ ବେଗୁନିଆର ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଅବକାରୀ ମୋବାଇଲ୍‌ ୟୁନିଟର ଇନେ୍‌ସ୍ପକ୍ଟର ସସ୍ମିତା ହୋତା, ଟାଙ୍ଗୀ ଅବକାରୀ ଇନେ୍‌ସ୍ପକ୍ଟର ଆଲୋକ କୁମାର ପ୍ରଧାନ, ମୋବାଇଲ୍‌ ୟୁନିଟର ଏସ୍‌ଆଇ ବି ମନୋଜ କୁମାରଙ୍କ ସହ ବେଗୁନିଆ ପୁଲିସ ଓ ୨ ସେକ୍ସନ ସଶସ୍ତ୍ର ବାହିନୀ ପୁଲିସ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର