ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ କନେଷ୍ଟବଳ ଓ ଆଇଆଇସି ଗୁରୁତର

କୋରାପୁଟ: କୋରାପୁଟ କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତ ହୋଇଥବା କନେଷ୍ଟବଳଙ୍କ ନାମ ମେଘନାଦ ଶବର ହୋଇଥିବାବେଳେ ଆଇଆଇସିଙ୍କ ନାମ ଦୁର୍ବଧଳା ବିଶ୍ୱାଳ ବୋଲି ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରୀ ବିଭାଗ ମିଳିତ ଭାବରେ ଜୟପୁର ଅବକାରୀ ଆଇଆଇସିଙ୍କ ତତ୍ୱାବଧାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗଞ୍ଜେଇ ମାଫିଆମାନେ ଠେଙ୍ଗା ଓ ବନ୍ଧୁକ ଦେଖାଇ ଅବକାରୀ ଓ ପୁଲିସ ଉପରେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଆହତ ଅବକାରୀ କର୍ମଚାରୀଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି | ଏହି ଘଟଣାକୁ ନେଇ କୋଟପାଡ଼ ପୁଲିସ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର