ବାଂଲାଦେଶ ଦୁର୍ଗା ମନ୍ଦିରରେ ପଶି ୬ଟି ମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ଦେଲେ ଗ୍ରାମବାସୀ

ଢାକା: ଗୁରୁବାର ରାତିରେ ବାଂଲାଦେଶର ବ୍ରାହ୍ମଣବରିଆ ଜିଲ୍ଲାରେ ଗୋଟାଏ ମନ୍ଦିରରେ ପ୍ରବେଶ କରି ଦେବାଦେବୀ ପ୍ରତିମା ଭାଙ୍ଗିଥିବା ଅଭିଯୋଗରେ ଜଣେ ୩୬ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ‘ଇଣ୍ଡିଆ ଟେୁଡେ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ବ୍ରାହ୍ମଣବରିଆ ଜିଲ୍ଲାର ନିୟାମତ୍‌ପୁର ଗ୍ରାମସ୍ଥିତ ‘ନିଆମତ୍‌ପୁର ଦୁର୍ଗା ମନ୍ଦିର’ରେ ଘଟଣାଟି ଘଟିଛି। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଖଲିଲ୍‌ ମିଆଁ।

ମନ୍ଦିର ଭିତରେ ଭଙ୍ଗାରୁଜା କରାଯାଇଥିବା ଖବର ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଉକ୍ତ ଘଟଣାକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ପୁଲିସକୁ ସହାୟତା କରିଥିଲେ।

Image Courtesy of India Today

ବ୍ରାହ୍ମଣବରିଆ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମହମ୍ମଦ ଶାଖାୱତ୍‌ ହୋସେନ୍‌ ଅଭିଯୁକ୍ତ ଖଲିଲ୍‌ ମିଆଁଙ୍କ ଗିରଫ କଥା ସୁନିଶ୍ଚିତ କରି କହିଛନ୍ତି ଯେ, ସେ ଏଭଳି କାଣ୍ଡ କରିବାର ଉଦ୍ଦେଶ୍ୟ ଜଣାପଡ଼ିନାହିଁ।

ନିଆମତ୍‌ପୁର ସାର୍ବଜନୀନ ଦୁର୍ଗା ମନ୍ଦିରର ଅଧ୍ୟକ୍ଷ ଜଗଦୀଶ ଦାସଙ୍କ କହିବା ଅନୁସାରେ, ଏଭଳି ଆକସ୍ମିକ ଭଙ୍ଗାରୁଜା କାଣ୍ଡ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟରେ କ୍ରୋଧ ଓ ଅସନ୍ତୋଷର କାରଣ ‌ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଖଲିଲ୍‌ ମିଆ ନିଆମତ୍‌ପୁର ଗାଁରେ ଥିବା ତାଙ୍କ ଭଉଣୀଘରକୁ ବୁଲି ଆସିଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। କୌଣସି କାରଣରୁ ସ୍ଥାନୀୟ ଲୋକମାନଙ୍କ ଖଲିଲ୍‌ଙ୍କର ବିବାଦ ହେବାରୁ ସେ ଦୁର୍ଗା ମନ୍ଦିରରେ ପଶି ଗୋଟିଏ ନୁହେଁ, ୫/୬ଟି ମୂର୍ତ୍ତି ଭାଙ୍ଗି ପକାଇଛନ୍ତି।

ସମ୍ବନ୍ଧିତ ଖବର