୩ ଶିଶୁପୁତ୍ରକୁ ଜନ୍ମ ଦେଲେ ସୁଭଦ୍ରା

ଫୁଲବାଣୀ: ଫୁଲବାଣୀ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆଜି ସୁଭଦ୍ରା ଦିଗାଲ ନାମକ ଜଣେ ମହିଳା ତିନିଟି ଶିଶୁପୁତ୍ର ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚକାପାଦ ସହର ହାଟପଦା ସାହିର ବାସିନ୍ଦା ପ୍ରଭାକରଙ୍କ ପତ୍ନୀ ସୁଭଦ୍ରାଙ୍କ ପ୍ରସବ ବେଦନା ହେବାରୁ ଆଜି ସନ୍ଧ୍ୟାରେ ତାଙ୍କୁ ଫୁଲବାଣୀ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସନ୍ଧ୍ୟା ପ୍ରାୟ ସାତଟା ବେଳେ ସୁଭଦ୍ରା ତିନିଟି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସମସ୍ତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁଭଦ୍ରାଙ୍କ କୋଳରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଜନ୍ମ ନେଇଥିବା ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର