ଛତୁ ତୋଳିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଲେ ବୃଦ୍ଧ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଜଙ୍ଗଲ ନିକଟକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧ ବରାଙ୍ଗ ଗ୍ରାମର ନିତ୍ୟାନନ୍ଦ ମହାନ୍ତଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି।

ଆଜି ଭୋର୍ ରୁ ଜଙ୍ଗଲ ନିକଟକୁ ଗାଁର ୩-୪ ଜଣ ଲୋକଙ୍କ ସହ ନିତ୍ୟାନନ୍ଦ ଛତୁ ତୋଳିବାକୁ ଯାଇଥିଲେ। ଏହି ସମୟରେ ଏକ ମାଦା ଭାଲୁ ତାର ଦୁଇ ଛୁଆଙ୍କୁ ଧରି ଫେରୁଥିବା ଅବସ୍ଥାରେ ଛତୁ ଗୋଟାଳି ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ। ଭାଲୁକୁ ଦେଖି ଅନ୍ୟମାନେ ଦୌଡ଼ି ପଳାଇଥିବା ବେଳେ ନିତ୍ୟାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର