ପୋଲ ତଳେ ମୃତଦେହ, ହତ୍ୟା ସନ୍ଦେହ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ସାପକଣ୍ଟା ଗ୍ରାମର ଶୁକ୍ରା ମୁଣ୍ଡା (୫୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମରେ ଏକ ନିର୍ମାଣାଧୀନ ପୋଲ ତଳେ ତାଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା। ଖବର ପାଇ ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଶବ ବାହାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଥିଲା। ଶୁକ୍ରାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର