ଖୋକା ଭାଇଙ୍କ ଯାଯାବର ଗୀତ ଗାଇବା ପରେ ଆଖି ବୁଜିଲେ ଜୟପୁରର ଅକ୍ଷୟ ମହାନ୍ତି

ଜୟପୁର: ମଞ୍ଚରେ ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ଗାଉଗାଉ ମଞ୍ଚରେ ଟଳିପଡ଼ିଲେ ଗାୟକ। ତତକ୍ଷଣାତ୍ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ ଯେଉଁ କଣ୍ଠଶିଳ୍ପୀଙ୍କ କଥା କୁହାଯାଉଛି, ସେ ହେଲେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ଗାୟକ ମୁରଲୀ ପ୍ରସାଦ ମହାପାତ୍ର। ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ସେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

ଗତକାଲି ରାଜାନଗର ଦଶହରା ମହୋତ୍ସବ ମଞ୍ଚରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ସେ ହଠାତ୍ ଟଳି ପଡ଼ିଲେ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ଚିରସବୁଜ ଗାୟକ ତଥା ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା ଅକ୍ଷୟ ମହାନ୍ତିଙ୍କ ଯାଯାବର ମନ ମୋର ସୀମାହୀନ ଆଶା ମୋର…. ଗୀତ ଗାଇଥିଲେ। ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହୋଇ ରହିଗଲା। ମୁରଲୀ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର