ଦର୍ଶକଙ୍କ ମନ ମୋହିଲା ‘ତିତ୍‌ଲି’

ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥାବସ୍ତୁ ମଧ୍ୟ ଦର୍ଶକଙ୍କ ଦିଲ୍‌ରେ ରହିଗଲା ଚଳଚ୍ଚିତ୍ର ‘ତିତ୍‌ଲି’ ଦେଖିବା ପରେ। ଏଥିରେ ଦିବ୍ୟାସ୍ନାତା, ତୁଷାର, ସ୍ବର୍ଗତ ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ପୂର୍ବରୁ ଅଞ୍ଜନେୟ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍ ପ୍ରଡକସନ୍‌ ବ୍ୟାଡ୍‌ ଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି। ଏଥର ଏହି ବ୍ୟାନରରେ ପଞ୍ଚମ ଅବଦାନ ଭାବେ ବଜାରକୁ ଆସିଛି ‘ତିତ୍‌ଲି’। ଏହା ଏକ ଭିନ୍ନସ୍ୱାଦର ପ୍ରେମ କାହାଣୀ। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ତିତ୍‌ଲି’ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି। ଦେବୀଦତ୍ତ ମହାନ୍ତି ଏହାର କାହାଣୀ ପରିକଳ୍ପନା ଓ ସଂଳାପ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏସ୍ କେ ମୁରଲୀଧରନ୍‌। ଏଥିରେ ସଂଗୀତ ସଜାଇଛନ୍ତି ପ୍ରେମ୍‌ ଆନନ୍ଦ। ଚଳଚ୍ଚିତ୍ର ‘ତିତ୍‌ଲି’ ପୂଜା ବଜାରରେ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର