ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଙ୍ଗଠନିକ ବୈଠକ: ସଜାଗ ହୁଅ, ତୃଣମୂଳକୁ ଯାଅ

ଦଳୀୟ ପ୍ରାର୍ଥୀକୁ ଜିତାଇବାକୁ ଦେଲେ କର୍ଣ୍ଣମନ୍ତ୍ର

ଜୟପୁର: ଆଜି ମଙ୍ଗଳବାର ସ୍ଥାନୀୟ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଛାମୁଆ ସଂଗଠନ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ତଥା କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ସଭାପତିତ୍ବ କରିଥିବା ବେଳେ ଏଥିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜିଲ୍ଲା ଯୁବ ଛାତ୍ର ପର୍ଯ୍ୟବେକ୍ଷକ ହରିଶଙ୍କର ରାଉତ, ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ସାଂସଦ ଝୀନ ହିକକା, ବରିଷ୍ଠ ନେତା ରମାକାନ୍ତ ରାଉଳ, ବିଜେଡି ଶ୍ରମିକ ସାମ୍ମୁଖ୍ୟ ସଭାପତି ବାଲା ରାୟ, ବରିଷ୍ଠ ନେତା ଅନୁପ ପାତ୍ର, ଦୁର୍ଗା ମିଶ୍ର, ଧର୍ମେନ୍ଦ୍ର ଅଧିକାରୀ, ମହେନ୍ଦ୍ର ଅଧିକାରୀ, ବାପି ପରିଡ଼ା, ତାପସ ପଣ୍ଡା, ତାପସ ନନ୍ଦ, ଆଶିଷ ନାୟକ, ବୁଲୁଦେବ ଶର୍ମା, ସରିତା ମିଶ୍ର, ଜୟପୁର ପୌରଉପାଧ୍ୟକ୍ଷା ବି. ସୁନିତା ଆଦି ଯୋଗ ଦେଇ ଭାଗ ନେଇଥିବା ଯୁବ ଓ ଛାତ୍ର ବିଜେଡିର କର୍ମୀ, କର୍ମକର୍ତ୍ତା, ସଭ୍ୟ ଆଦିଙ୍କୁ ସଜାଗ ହୋଇ ତୃଣମୂଳକୁ ଯାଇ ରାଜ୍ୟସରକାର ପ୍ରଣୟନ କରୁଥିବା ସମସ୍ତ ଜନହୀତକାରୀ ଯୋଜନାକୁ ପହଞ୍ଚାବାକୁ କର୍ଣ୍ଣମନ୍ତ୍ର ଦେଇଥିଲେ।

ଆସନ୍ତା ୨୦୨୪ ନିର୍ବାଚନରେ ଯେ କୌଣସି ପରିସ୍ଥିତିରେ ଦଳର ପ୍ରାର୍ଥୀ ଜିତିବାକୁ ପଡ଼ିବ ତେଣୁ ଏବେ ଠାରୁ ସବୁ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଇଂ. ଇଶ୍ବର ଚନ୍ଦ୍ର ପାଣଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ, ନଗର ବିଜେଡି ସଭାପତି ହର ପ୍ରସାଦ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଗୁପ୍ତା, ବିରେନ୍ଦ୍ର ସାଗର ପ୍ରମୁଖଭାଗ ନେଇଥିଲେ। ଶେଷରେ ଛାତ୍ର ବିଜେଡି ସଭାପତି ଆଶିଷ ରଂଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର