ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ରାଜନୈତିକ ଦଳ ନେତାଙ୍କ ସହ ବୈଠକ: କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କଲେ ଆଲୋଚନା

ଜୟପୁର: କେନ୍ଦ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବି. ପରମେଶ୍ୱରନ ଶନିବାର ଜୟପୁର ଉପଖଣ୍ଡର ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ନେଇ ପୌରପାଳିକା ସଭାକକ୍ଷରେ ବୈଠକ କରିଥିଲେ। ଭୋଟର ତାଲିକା ପର୍ଯ୍ୟବେକ୍ଷକ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି ଯେ, ବିଶେଷ ପ୍ରଚାର ଦିବସରେ ଅର୍ଥାତ୍ ଆସନ୍ତା ୧୯ ଓ ୨୫ ତାରିଖରେ ନିଜ ନିକଟସ୍ଥ ବୁଥରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଅନୁ‌ରୋଧ କରିଥିଲେ।

ସେହିଭଳି ଫର୍ମ ନଂ ୬, ୭ ଓ ୮ସଂଶୋଧିତ ତୁରନ୍ତ ଦାଖଲ କରାଇବା। ମୃତ ଭୋଟରଙ୍କ ସମ୍ପର୍କରେ ବୁଥସ୍ତରୀୟ ଅଧିକାରୀଙ୍କୁ ରାଜନୈତିକ ଦଳ ମାନଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଯାହାଫଳରେ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଅନୁଧ୍ୟାନ କରି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ କରାଯାଇ ହେବ ବୋଲି କହିଥିଲେ। ନିର୍ବାଚନ ପଞ୍ଜୀକରଣ ପ୍ରକ୍ରିୟାରେ ବିଏଲ୍ଓଙ୍କୁ ସହୟୋଗ କରିବା ପାଇଁ ପ୍ରତି ବୁଥ୍ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୁକ୍ତ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଏଡିଏମ୍ ଅନୁରୋଧ କରିଥିଲେ।  ୧୮ରୁ ୧୯ବର୍ଷ ବୟସ ମଧ୍ୟରେ ନୂତନ ଭୋଟରଙ୍କ ଅଧିକ ପଞ୍ଜିକରଣ ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ସାମିଲ କରିବାକୁ ଉପଜିଲ୍ଲାପାଳ ଅନୁରୋଧ କରିଥିଲେ। କେନ୍ଦ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ନାଁ ଭୋଟରତାଲିକାରେ ପଂଜିକୃତ କରିବାକୁ ସଚେତନତା ସୃଷ୍ଟି କରିଥିଲେ।

ଏଥିରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତର, କୋରାପୁଟ ଏଡିଏମ ସୋମନାଥ ପ୍ରଧାନ, ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ରାଜ କିଶୋର ଦାଶ, ବାଲାଜୀ ପ୍ରସାଦ ବ୍ରହ୍ମା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜିଲ୍ଲାପରିଷଦ ସଭ୍ୟ ପ୍ରସାଦ ବିଡ଼ିକା, ସୁନିଲ ପଟ୍ଟନାୟକ, ନରେନ୍ଦ୍ର ବିଷୋଇ, ଶିବାଜୀ ପଟ୍ଟନାୟକ, ବଟ୍ଟ ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର