ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ସଂଗ୍ରାମ କେଶରୀ ମହାପାତ୍ର; ପ୍ରଥମଦିନରେ ସମ୍ପତ୍ତି ତାଲିକା ସାର୍ବଜନୀନ କଲେ

ଜଗତସିଂହପୁର: ଆଜି ଜଗତସିଂହପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର। ପୂର୍ବତନ ଜିଲ୍ଲାପାଳ ସରୋଜ ମିଶ୍ରଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ତେବେ ପୂର୍ବରୁ ତିର୍ତୋଲ ବିଧାନସଭା ଉପନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ ଜନିତ ଅଭିଯୋଗ ପରେ  ତାଙ୍କୁ ନିଜ ଜିଲ୍ଲାରୁ ବଦଳି କରାଯାଇଥିଲା।

ଦ୍ଵିତୀୟ ଥର ଲାଗି ଆଜି ଯୋଗଦେବା ବେଳେ ଜିଲ୍ଲାପାଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।  ଦାୟିତ୍ବ ଗ୍ରହଣ କରିବା ପରେ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଶ୍ରୀ ମହାପାତ୍ରଙ୍କୁ ସ୍ବାଗତ ଜଣାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାପାଳ ଭାବେ ପ୍ରଥମ କାର୍ଯ୍ୟଦିବସରେ ସେ ନିଜର ସମ୍ପତି ତାଲିକା ସାର୍ବଜନୀନ କରିଛନ୍ତି।

 

ସମ୍ବନ୍ଧିତ ଖବର