ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ପଖାଳ ଦିବସ ଓ କବିତା ଆସର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ୱ ପଖାଳ ଦିବସ ଅବସରରେ ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ କବିତା ଆସର ଓ ପଖାଳ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟ ଘରର ସଭାପତି ତିମିର ରଞନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ପରୀକ୍ଷା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବନବିଭାଗର ଅଧିକାରୀ ଅତିଶ କୁମାର ବେହେରା, ସମ୍ମାନୀତ ଅତିଥି କନ୍ଠଶିଳ୍ପୀ ପ୍ରିୟବ୍ରତ ଦାସ ପ୍ରମୁଖ ଯୋଗଦେଇ ପଖାଳ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ କବିତା ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ରଂଜନ କୁମାର ନନ୍ଦ, ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ସମ୍ବାଦର ବିଜ୍ଞାପନ ବିଭାଗର ପ୍ରଦୀପ୍ତ ମହାନ୍ତି, ସହସମ୍ପାଦକ ବିଜୟ କୁମାର ରାମ, କୋଷାଧକ୍ଷ ମାନସ କୁମାର ପରିଡା, ଦୁଷ୍ମନ୍ତ ଦାସ, କୌଶିକ କାଶ୍ୟାପ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ମେଘୁଆ ପାଗର କବିତା ଆସରରେ ସଦସ୍ୟମାନେ କବିତା ପାଠ କରିବା ସହିତ ପଖାଳ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ସମସ୍ତେ ଆନନ୍ଦ ସହକାରେ ପଖାଳ ସେବନ କରିବା ପରେ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର