ନୃସିଂହ ମହାନ୍ତିଙ୍କୁ କୋ-ଅପରେଟିଭ ବ୍ୟାଙ୍କରେ ସଦସ୍ୟ ନିଯୁକ୍ତି କଲେ ସରକାର

ମାଲକାନଗିରି: ରାଜ୍ୟ ସରକାରଙ୍କ କୋ-ଅପରେସନ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ କୋ-ଅପରେଟିଭ ବ୍ୟାଙ୍କଗୁଡିକରେ ଦୁଇ ଜଣ ଲେଖାଏଁ ସଦସ୍ୟ ନିଯୁକ୍ତି କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ କୋ-ଅପରେଟିଭ ବ୍ୟାଙ୍କର ସଦସ୍ୟ ରୂପେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଓକିଲ ତଥା ପୂର୍ବତନ ବାର ଆସୋସିଏସନର ସଭାପତି ନୃସିଂହ ଚରଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କୋ-ଅପରେଟିଭି ଅଧିନରେ ଅନ୍ୟ ଜଣେ ନବରଂଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ଡଙ୍ଗର ଭେଜା ଗ୍ରାମର ସଦାଶିବ ସାହୁଙ୍କୁ ମନୋନୀତ କରାଯାଇଛି। ପ୍ରତ୍ୟେକ କୋଅପରେଟିଭି ବ୍ୟାଙ୍କର କମିଟିମାନଙ୍କରେ ଦୁଇ ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ରାଜ୍ୟ କୋ-ଅପରେସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ନୃସିଂହ ଜରଣ ମହାନ୍ତି କୋରାପୁଟ କୋ-ଅପରେଟିଭ ବ୍ୟାଙ୍କର ନର୍ଦେଶକ ପଦବି ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଜିଲ୍ଲାରେ ଶ୍ରୀ ମହାନ୍ତି ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ବରିଷ୍ଠ ସାମ୍ବାଦିକ, ଆଇନଜୀବୀ ସହ ବାର ଆସୋସିଏସନର ସଭାପତି, ସଂପାଦକ ଇତ୍ୟାଦି ପଦବିରେ ରହିଆସିଛନ୍ତି। ଜିଲ୍ଲାର ବିଜେଡି ଦଳର ସାଂଗଠାନିକ ସଂପାଦକ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସା ସାଉଁଟି ସାରିଛନ୍ତି। ତାଂକୁ ଏହି ପଦବିରେ ନ୍ୟସ୍ତ କରାଯିବା ପରେ ଜିଲ୍ଲାରୁ ଅଭିନନ୍ଦନର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର